Advertisment

ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା

ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।

author-image
Hemant Lenka
Police

Police

ହୋଟେଲ ପାର୍କିଂରେ ଫୁଟିଳା ଗୁଳି। ଦୁଇ ଜଣ ଯୁବକ ଓ ଜଣେ ଯୁବତୀଙ୍କୁ ଗୁଳି କରି କରାଯାଇଛି ହତ୍ୟା। ହରିୟାଣାର ପଞ୍ଚକୁଲାରେ ଥିବା ଗୋଟିଏ ହୋଟେଲର ପାର୍କିଂରେ ଅଜଣା ଦୁର୍ବୃତ୍ତମାନେ ୩ ଜଣଙ୍କୁ କରିଛନ୍ତି ହତ୍ୟା। ରବିବାର ବିଳମ୍ବିତ ରାତିରେ ଘଟଣା ଘଟିଥିବା ବେଳେ ଆଜି ପୁଲିସ୍‌ ଏ ସମ୍ପର୍କରେ ସୂଚନା ଦେଇଛି।

Advertisment

ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି। ଏମାନେ ଗୋଟିଏ ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ହୋଟେଲକୁ ଆସିଥିଲେ।

ପାର୍ଟି ପରେ ସେମାନେ ଏକାଠି ପାର୍କିଂକୁ ଆସିଥିଲେ। ସମସ୍ତେ ସେମାନଙ୍କ ଗାଡ଼ି ନିକଟରେ ଛଡ଼ା ହୋଇଥିବା ବେଳେ କିଛି ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେମାନେ ଭିକ୍କି, ବିପିନ ଓ ନିଆଙ୍କ ଉପରକୁ ଗୁଳି କରିଥିଲେ। 

Advertisment

ଘଟଣା ସ୍ଥଳରେ ହିଁ ୩ ଜଣ ଟଳି ପଡ଼ିଥିଲା। ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଛନ୍ତି। ଭିକ୍କିଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ତାଙ୍କ ନାଁରେ ଏକାଧିକ ମାମଲା ରହିଛି।

ତେଣୁ ପୂର୍ବ ଶତ୍ରୁତାରୁ କେହି ଏପରି କରିଥିବା ଆଶଙ୍କା କରାଯାଉଛି। ତଥାପି ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରି ହତ୍ୟାକାରୀଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛି।

Haryana News Triple Murder