Advertisment

ଅସହ୍ୟ ହେଲା ବାପା ଓ ସାବତ ମା’ଙ୍କ ନିର୍ଯାତନା, ଘରୁ ଲୁଚି ପଳାଉଥିବା ବେଳେ ଭାଇଭଉଣୀଙ୍କୁ ଉଦ୍ଧାର କଲେ ଲୋକେ

ଦୁଇ ଛୁଆ ଦୀର୍ଘ ଦିନ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଆସୁଥିବା ବେଳେ କଥାଟି ଆଜି ସାମ୍ନାକୁ ଆସିଛି।

Girl

Girl

Advertisment

ବାପା ଓ ସାବତ ମା’ଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଭାଇଭଉଣୀ ଘରୁ ଲୁଚି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ସେମାନଙ୍କ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି। କଟକ ଜିଲ୍ଲା ଆଠଗଡ଼ ଥାନା ଅଶୋକ ନଗର ଅଞ୍ଚଳରେ।

Advertisment

ବାଙ୍କୀ ପାର୍ଥପୁର ଅଞ୍ଚଳର ସୁନୀଲ କୁମାର ନନ୍ଦ ତାଙ୍କ ସ୍ତ୍ରୀଙ୍କୁ ଛାଡ଼ି (ଛାଡ଼ପତ୍ର ହୋଇନାହିଁ) ଯାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ଧରି ଆଠଗଡ଼ର ଅଶୋକ ନଗରରେ ଭଡ଼ା ଘରେ ରହୁଛନ୍ତି। ସୁନୀଲଙ୍କ ପତ୍ନୀ ତାଙ୍କ ବାପ ଘରେ ରହୁଛନ୍ତି। କିନ୍ତୁ ସୁନୀଲ ତାଙ୍କର ଦୁଇ ଛୁଆ- 13 ବର୍ଷର ପୁଅ ଓ 10 ବର୍ଷର ଝିଅକୁ ନିଜ ପାଖରେ ରଖିଛନ୍ତି। ନିଜ ପାଖରେ ରଖି ଦୁଇ ଛୁଆଙ୍କୁ ଅସହ୍ୟ ଯନ୍ତ୍ରଣା ଦେଉଛନ୍ତି ସୁନୀଲ। ଦୁଇ ଛୁଆଙ୍କୁ ସେମାନଙ୍କ ସାବତ ମା’ ବହୁତ ନିର୍ଯାତନା ଦେଉଛନ୍ତି। ଉଭୟଙ୍କୁ ନିସ୍ତୁକ ମାଡ଼ ମାରୁଛନ୍ତି। ସୁନୀଲ ବି ପିଟୁଛନ୍ତି।

ଦୁଇ ଛୁଆ ଦୀର୍ଘ ଦିନ ଉଭୟ ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଆସୁଥିବା ବେଳେ କଥାଟି ଆଜି ସାମ୍ନାକୁ ଆସିଛି। ବିସ୍କୁଟ୍ ଖାଇ ଦେବାରୁ ଦୁଇ ଭାଇଭଉଣୀଙ୍କୁ ନିସ୍ତୁକ ପିଟି ଥିଲେ ସେମାନଙ୍କ ସାବତ ମା'। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନ କଳା ପଡ଼ି ଯାଇଥିଲା। ଝିଅଟିର ମୁହଁରେ ବି ଲାଗିଥିଲା ଆଘାତ। ଅତ୍ୟାଚାର ଅସହ୍ୟ ହୋଇଯିବାରୁ ସେମାନେ ଆଜି ଘରୁ ଲୁଚି ପଳାଇ ଆସିଥିଲେ। ନିସ୍ତୁକ ମାଡ଼ ଯୋଗୁ ସେମାନଙ୍କ ହାତ, ମୁହଁ, ବେକ, ଗୋଡ଼ ଆଦିରେ ପଡ଼ିଥିବା ଦାଗ ଦେଖି ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ସେମାନେ ପଚରା ପଚରି କରିବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା।

Advertisment

ସ୍ଥାନୀୟ ଲୋକେ ଛୁଆ ଦୁଇଟିଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଦୁଇ ଛୁଆଙ୍କ ସାବତ ମା’ଙ୍କୁ ଥାନାରେ ଅଟକ ରଖିଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡାକ୍ତରଖାନା ପହଞ୍ଚି ଛୁଆ ଦୁଇଟିଙ୍କୁ ଦେଖିବା ସହିତ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଛୁଆ ଦୁଇଟିଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଛି ସେ ନେଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଛୁଆ ଦୁଇଟିଙ୍କ ବଡ଼ବାପା କହିଛନ୍ତି ଯେ ଉକ୍ତ ମହିଳା (ସାବତ ମା’) ସମ୍ପତ୍ତି ପାଇଁ ସେମାନଙ୍କୁ (ଦୁଇ ଛୁଆଙ୍କୁ) ମାରି ଦେବାକୁ ଚାହୁଁଛନ୍ତି। ଉକ୍ତ ମହିଳାଙ୍କୁ ଗିରଫ କରାଯାଉ ବୋଲି ସେ କହିଛନ୍ତି।

Step Mother
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe