ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉପକାରାଗାରରୁ ୨ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଉଭୟ ଭିନ୍ନ ଭିନ୍ନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିଲେ।
ଫେରାର ହୋଇଯାଇଥିବା ହତ୍ୟାକାରୀମାନେ ହେଉଛନ୍ତି ଶୋଭାବନ ରଣା ଓ ସୁମିତ କୁମାର ବିହାରୀ। ଶୋଭାବନ ୩ ବର୍ଷ ହେଲା ସଜା କାଟୁଥିବା ବେଳେ ସୁମିତ ୨ ବର୍ଷ ହେଲା ସଜା କାଟୁଥିଲା।
Also Read
ଟିଟିଲାଗଡ଼ ଉପକାରାଗାରର ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳକୁ ଏହି ଦୁଇ କଏଦୀ ଫେରାର ହୋଇଯାଇଥିଲେ। ସେମାନେ ଜେଲ୍ର ପ୍ରାୟ ୧୪ ଫୁଟ୍ ଉଚ୍ଚ କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ। ବାହାରୁ କେହି ସେମାନଙ୍କୁ ସାହାଯ୍ୟ କରିଥିବା ଅନୁମାନ କରାଯାଉଛି।
ଫେରାର ହେବା ପାଇଁ ଶୋଭନ ଓ ସୁମିତଙ୍କୁ ଜେଲ୍ ଭିତରୁ କେହି ସହାୟତା କରିଥିବା କୁହାଯାଉଥିବା ବେଳେ ଭାରପ୍ରାପ୍ତ ଜେଲର ଚୈତନ୍ୟ ପଧାନ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଜେଲ୍ରେ ଲାଗିଥିବା ସିସିଟିଭି ଅଚଳ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଟିଟିଲାଗଡ଼ ଉପକାରାଗାରରେ କଏଦୀ ଓ ବିଚାରାଧୀନ କଏଦୀଙ୍କୁ ମିଶାଇ ମୋଟ ୬୧ ଜଣ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସାବଧାନ! ‘ସୁଭଦ୍ରା’ ନାଁରେ ବ୍ୟାଙ୍କ ଆକାଉଣ୍ଟ ସଫା କରିବାକୁ ମାତିଲେଣି ସାଇବର ଠକ, ଲୁସି ହରାଇଲେ ୧୨ ହଜାର ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ଏଥିପାଇଁ ଭୁବନେଶ୍ୱରର ଜନତା ମଇଦାନରେ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Crime
ସରକାରୀ ମଦ ଦୋକାନରେ ନକଲି ମଦ
ଅସଲି କହି ବିକୁଥିଲେ ନକଲି ମଦ। ଆଉ ରାଜଧାନୀ ଭୁବନେଶ୍ୱରର ମଦୁଆ ଦୀର୍ଘ ଦିନ ଧରି ଅସଲି ଭାବି ନକଲି ମଦକୁ ଚାଖଣା ସହିତ ଢକଢକ କରି ପିଇ ଯାଉଥିଲେ।
Crime
ଏତେ ମଦ ନଷ୍ଟ କରୁଛ, ମୋତେ ଗୋଟିଏ ବୋତଲ ଦିଅ...
ବରମୁଣ୍ଡାରେ ରହିଛି ଏକ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ। ସେଠାରେ ନକଲି ମଦ ବିକ୍ରି ହେଉଥିବା ଜାଣି ଅବକାରୀ ବିଭାଗ ଚଢ଼ଉ କରିଥିଲା। ଆଉ ନକଲି ମଦ ବୋତଲ ଗୁଡ଼ିକୁ ଡୋଜର ମଡ଼ାଇ ନଷ୍ଟ କରୁଥିଲା।
Crime
ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିଲେ ପ୍ରମୋଦ ଭଗତ !
ପାରା ଅଲିମ୍ପିଆନ ପ୍ରମୋଦ ଭଗତଙ୍କ ନାଁରେ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ଅଭିଯୋଗ ।
Crime
ପତ୍ନୀଙ୍କ ସହ ଝଗଡ଼ା ପରେ ଘରୁ ବାହାରି ନଦୀକୁ ଡେଇଁ ପଡ଼ିଲେ
ଡ୍ରାଏ ସ୍ନାକ୍ସ ବ୍ୟବସାୟୀ କରୁଥିବା ଶ୍ରୀକାନ୍ତ ଭି ଦେଶମୁଖ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଧାନକାୱାଡି ଘରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା।