Advertisment

କାମ କରିବାକୁ ଯାଇ ତାମିଲନାଡ଼ୁରେ ଦୁଇ ଓଡ଼ିଆ ଯୁବକ ଅପହୃତ

କାମ କରିବାକୁ ଯାଇ ତାମିଲନାଡୁରେ ଅପହୃତ ହୋଇଛନ୍ତି ଦୁଇ ଜଣ ଓଡ଼ିଆ ଯୁବକ। ଅପହରଣକାରୀ ପରିବାର ଲୋକଙ୍କଠାରୁ ଏପର୍ଯ୍ୟନ୍ତ ନେଲେଣି ୩୦ ହଜାର‌ ଟଙ୍କା।

author-image
Debadatta Aryashrestha
Rairakhol Police Station

Rairakhol Police Station

ତାମିଲନାଡୁକୁ କାମ କରିବାକୁ ଯାଇ ସେଠାରେ ଅପହୃତ ହୋଇଛନ୍ତି ଦୁଇ ଜଣ ଓଡ଼ିଆ ଯୁବକ। ଅପହରଣକାରୀ ସେମାନଙ୍କୁ ନିର୍ଯାତନା ଦେବା ସହ ପରିବାର ଲୋକଙ୍କଠାରୁ ଏପର୍ଯ୍ୟନ୍ତ ନେଲେଣି ୩୦ ହଜାର‌ ଟଙ୍କା। ତଥାପି ସେମାନେ ମୁକୁଳି ପାରିନାହାନ୍ତି। ଥାନାରେ ଅଭିଯୋଗ ପରେ ଦୁଇ ଯୁବକଙ୍କୁ ମୁକୁଳାଇବାକୁ ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment

ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ଘୁସୁରାମାଲ ପଞ୍ଚାୟତ ଅଧୀନ ଲାଣ୍ଡିମାଲ ଗାଁର ଭ୍ରମରବର ସ୍ୱାଇଁ ଓ ରାମଚନ୍ଦ୍ର ବେହେରା, ଦୁହେଁ ତିନି ମାସ ତଳେ ତାମିଲନାଡୁର ତ୍ରୀପୁର ଠାରେ ଏକ କମ୍ପାନୀରେ ଯାଇ କାମ କରୁଥିଲେ। ଗତ ୯ ତାରିଖ (ଶନିବାର) ଦିନ ସେମାନେ କମ୍ପାନୀରୁ ଦରମା ପାଇଥିବା ଘରକୁ ଜଣାଇଥିଲେ। ହେଲେ ଆଜି ସକାଳୁ ହଠାତ୍ ଭ୍ରମରବର ସ୍ୱାଇଁଙ୍କ ମୋବାଇଲ ନମ୍ବରରୁ ସେମାନଙ୍କ ପରିବାର ଓ ସମ୍ପର୍କୀୟ ଲୋକଙ୍କୁ ସେମାନେ ଅପହରଣ ହୋଇଥିବା ନେଇ ଫୋନ କଲ୍ ଆସିଥିଲା।

ଅପହରଣକାରୀ ସେମାନଙ୍କ ପରିବାରକୁ ଟଙ୍କା ଦାବି କରିଥିଲେ। ବାରମ୍ବାର ଫୋନ୍ ଆସିବା ପରେ ପରିବାର ଲୋକେ ଭୟଭୀତ ହୋଇ ଅପହରଣକାରୀଙ୍କ ଫୋନ୍ ପେ' ନମ୍ବରରେ ପର୍ଯ୍ୟାୟକ୍ରମେ ମୋଟ ୩୦ ହଜାର ଟଙ୍କା ପଠାଇଛନ୍ତି। ଏହାପରେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ମୁକ୍ତ କରାଯାଇନାହିଁ। ଶେଷରେ ରେଢ଼ାଖୋଲ ଥାନାର‌ ଦ୍ୱାରସ୍ଥ ହୋଇଛନ୍ତି ଉଭୟ ପରିବାର। ତେବେ ଘଟଣାରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Odia Man Kidnapped In Tamil Nadu Odia Workers Kidnapped Kidnapping Cases