Advertisment

ମୁମ୍ବାଇ ପୁଲିସ୍‌ ପାଖକୁ ଆସିଲା କଲ୍‌ - ଉଡ଼ାଇ ଦେବୁ ତାଜ୍‌ ହୋଟେଲ

ଗତ ଗୁରୁବାର ମୁମ୍ବାଇ ପୁଲିସ୍‌ ନିକଟକୁ ଏପରି ଏକ କଲ୍‌ ଆସିଥିବା ବେଳେ ଅପର ପାର୍ଶ୍ୱର ବ୍ୟକ୍ତି ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇଥିଲେ।

author-image
Niharika Rout
Taj Hotel

Taj Hotel

ତାଜ୍‌ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇ ଦେବୁ । ଦେଖିବାକୁ ପାଇବନି ଚିହ୍ନବର୍ଣ୍ଣ। ଏପରି ଏକ ଧମକ ଆସିବା ପରେ ଖୋଳତାଡ଼ ଆରମ୍ଭ କରିଦେଲା ମୁମ୍ବାଇ ପୁଲିସ୍‌।

Advertisment

ଗତ ଗୁରୁବାର ମୁମ୍ବାଇ ପୁଲିସ୍‌ ନିକଟକୁ ଏପରି ଏକ କଲ୍‌ ଆସିଥିବା ବେଳେ ଅପର ପାର୍ଶ୍ୱର ବ୍ୟକ୍ତି ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇଥିଲେ। ଏପରିକ ପାକିସ୍ତାର ୨ ନାଗରିକ ଏହି ସାଂଘାତିକ କାଣ୍ଡ ଘଟାଇବା ପାଇଁ ମୁମ୍ବାଇରେ ପ୍ରବେଶ କରି ସାରିଥିବା ବି କହିଥିଲେ। ଏପରିକି କଲ୍‌ କରିଥିବା ବ୍ୟକ୍ତିଜଣକ ପୁଲିସ୍‌ ସମ୍ମୁଖରେ ନିଜକୁ ମୁକେଶ ସିଂ ବୋଲି କହିଥିଲା।

ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ଯାହା ଜାଣିବାକୁ ପାଇଲା ଆଶ୍ଚର୍ଯ୍ୟ ହୋଇଗଲା। କାରଣ ପୁଲିସ୍‌କୁ ଫୋନ୍‌ କରି ତାଜ ହୋଟେଲ ଉଡ଼ାଇ ଦେବାକୁ ଧମକ ଦେଇଥିବା ବ୍ୟକ୍ତିଜଣକ କୌଣସି ପାକିସ୍ତାନ ନାଗରିକ ନୁହନ୍ତି ଭାରତର ବୋଲି ଜଣାଯାଇଛି।

Advertisment

ଏପରି କଲ୍‌ କରିଥିବା ବ୍ୟକ୍ତିଙ୍କ ନାମ ଜଗଦମ୍ବା ପ୍ରସାଦ ସିଂ ଓ ବୟସ ୩୫ ବୋଲି ଜଣାଯାଇଛି। ତାଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ରହୁଛନ୍ତି।

ପୁଲିସ୍‌ ଜଗଦମ୍ବାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ପତ୍ତା ଲଗାଉଛି।

ସୂଚନାଯୋଗ୍ୟ, ୨୦୦୮ ମସିହାରେ ତାଜ ହୋଟେଲ ଉପରେ ହୋଇଥିବା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ଲିଭୁ ନ ଥିବା ବେଳେ ବାରମ୍ବାର ଆସୁଥିବା ଏପରି କଲ୍‌ ପୁଲିସ୍‌ର ଚିନ୍ତାକୁ ବଢ଼ାଇ ଦେଉଛି।

Mumbai Bomb Threat