Advertisment

ଭଣ୍ଡବାବାଙ୍କ କଳାକାରନାମା: ଠାକୁର ଦେଖାଯିବା କଥା କହି ମହିଳାଙ୍କ ଠୁ ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନା

ଦୁଇ ଲୁଟେରା ବାବା ତଥାକଥିତ ବିପଦକୁ ଦୂର କରିବା ପାଇଁ ୫୧ ପାଦର ଗେମ ଖେଳିଛନ୍ତି। ଏଥିରେ ବିଶ୍ୱାସ କରି ମହିଳା ଓ ତାଙ୍କ ଝିଅ ସର୍ବସ୍ୱ ହରାଇଛନ୍ତି।

Loot

Loot

Advertisment

ଦୁଇ ଜଣ ଭଣ୍ଡବାବାଙ୍କ ଭାଣ୍ଡାମୀର ପର୍ଦ୍ଦାଫାସ ହୋଇଛି। ଠାକୁର ଦେଖାଯିବେ ଓ ସବୁ ପ୍ରକାରର ବିପଦରୁ ମୁକ୍ତି ମିଳିବ ବୋଲି କହି ଦୁଇ ଜଣ ଭଣ୍ଡାବାବା ଜଣେ ମହିଳା ଓ ତାଙ୍କ ଝିଅଙ୍କ ଠାରୁ ଲୁଟି ନେଇଛନ୍ତି ୩ ଲକ୍ଷରୁ ଅଧିକ ଟଙ୍କା।

Advertisment

ଦୁଇ ଲୁଟେରା ବାବା ତଥାକଥିତ ବିପଦକୁ ଦୂର କରିବା ପାଇଁ ୫୧ ପାଦର ଗେମ ଖେଳିଛନ୍ତି। ଏଥିରେ ବିଶ୍ୱାସ କରି ମହିଳା ଓ ତାଙ୍କ ଝିଅ ସର୍ବସ୍ୱ ହରାଇଛନ୍ତି।ଢେଙ୍କାନାଳ ସହରର ଜନଗହଳୀ ପୂର୍ଣ୍ଣ ମୀନାବଜାରରେ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି।

ସହରରେ ରହୁଥିବା ସ୍ୱର୍ଣ୍ଣପ୍ରଭା ସାହୁ ଓ ତାଙ୍କ ଝିଅ ମୋବାଇଲ ମରାମତି ପାଇଁ ଗୋଟିଏ ଦୋକାନକୁ ଯାଇଥିଲେ। ହେଲେ ଦୋକାନୀ ନଥିବାରୁ ସେମାନେ ବଜାର ବୁଲିବାକୁ ଯାଇଥିଲେ। ଏତିକି ବେଳେ ଜଣେ ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ିଥିଲେ। ପ୍ରଥମ ଦେଖାରେ ହିଁ ଭଣ୍ଡବାବା ଜଣଙ୍କ ସ୍ୱର୍ଣ୍ଣପ୍ରଭାଙ୍କ ମନରେ ବିଶ୍ୱାସ ସୃଷ୍ଟି କରି ନେଇଥିଲେ।

Advertisment

ଅତି ସହଜରେ ସେ ସ୍ୱର୍ଣ୍ଣପ୍ରଭାଙ୍କୁ ଠାକୁରଙ୍କୁ ଦର୍ଶନ କରାଇଦେବେ ବୋଲି କହିଥିଲେ। ଏହାପରେ ସେ ସ୍ୱର୍ଣ୍ଣପ୍ରଭାଙ୍କୁ କହିଥିଲେ ଯେ ତାଙ୍କ ନାବାଳକ ପୁଅ, ଝିଅ ଓ ସ୍ୱାମୀଙ୍କ ଉପରେ ବିପଦ ରହିଛି। ଏକଥା ଶୁଣି ସ୍ୱର୍ଣ୍ଣପ୍ରଭା ଡରି ଯାଇଥିଲେ।

ଏହାର ଫାଇଦା ଉଠାଇଥିଲେ ଭଣ୍ଡ ବାବା। ବିପଦ ଟାଳିବା ପାଇଁ ସମସ୍ତ ଟଙ୍କା ଭର୍ତ୍ତି ବ୍ୟାଗ ଓ ସୁନା ବାହାର କରିଦେବାକୁ କହିଥିଲେ। ଭଣ୍ଡବାବାଙ୍କୁ ସାଥ ଦେବାକୁ ହଠାତ୍‌ ଆଉ ଜଣେ ବ୍ୟକ୍ତି ପହଞ୍ଚିଥିଲେ। ଉଭୟ ହାତ ମିଶାଇ ଥିଲେ ହେଁ ସେକଥା ସ୍ୱର୍ଣ୍ଣପ୍ରଭା କିମ୍ବା ତାଙ୍କ ଝିଅ ଜାଣି ପାରି ନଥିଲେ। 

ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଏଆଡୁ ସିଆଡୁ କଥା କହି ଭଣ୍ଡବାବା କରିଥିବା ଦାବି ସତ ବୋଲି ସ୍ୱର୍ଣ୍ଣପ୍ରଭାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଠାକୁର ଦେଖିଥିବା କଥା ବି କହିଥିଲେ। ତେଣୁ ସ୍ୱର୍ଣ୍ଣପ୍ରଭା ଟଙ୍କା ବ୍ୟାଗ ଓ ସବୁ ସୁନା ଭଣ୍ଡବାବାଙ୍କୁ ଧରାଇ ଝିଅ ସହ ୫୧ ପାଦ ଆଗକୁ ଯାଇଥିଲେ।

ସେମାନେ କିଛି ଷ୍ଟେପ ଚାଲିବା ପରେ ପଛକୁ ବୁଲି ଚାହିଁଥିଲେ। ଏ ସମୟରେ ସବୁ ସୁନା ଗହଣା ଧରି ଦୁଇ ଭଣ୍ଡ ଚମ୍ପଟ ମାରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଟାଉନଥାନା ପୁଲିସ ବଜାରରୁ ସିସିଟିଭି ଫୁଟେଜ ସଂଗ୍ରହ କରିବା ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସ୍ୱର୍ଣ୍ଣପ୍ରଭାଙ୍କ ଝିଅ କହିଛନ୍ତି, “ଆମେ ମୋବାଇଲ ତିଆରି କରିବାକୁ ଯାଇଥିଲୁ। କିନ୍ତୁ ସେଠାରେ କେହି ନଥିବାରୁ ଆମକୁ ପରେ ଆସିବାକୁ କୁହାଯାଇଥିଲା। ତେଣୁ ଆମେ ବଜାର ବୁଲିବାକୁ ଯାଇଥିଲୁ। ଏହି ସମୟରେ ଜଣେ ବ୍ୟକ୍ତି ଆସି ଆମକୁ ଠାକୁରଙ୍କ କଥା କହିଥିଲେ ଓ ଆମ ଘରର ଭବିଷ୍ୟତ କେମିତି ରହିବ, ସେକଥା ଜଣାଇବାକୁ ଚାହିଁଥିଲେ।

କିନ୍ତୁ ଆମେ ମନା କରିଥିଲୁ। ତଥାପି ସେ ୫ ମିନିଟ ଶୁଣିବାକୁ ବାଧ୍ୟ କରିଥିଲେ। ଆମେ ବାଧ୍ୟ ହୋଇ ତାଙ୍କ କଥା ଶୁଣି ଥିଲୁ। ତେବେ ସେ ଆମକୁ ଦୁଇଟି ପାଣି ବୋତଲ ଆଣିବାକୁ କହିଥିଲେ। ଆମେ ପାଣି ଆଣିଲା ବେଳକୁ ସେ ରୋଡର ଆରପଟକୁ ଚାଲି ଯାଇଥିଲେ। ସେଠି ଆମେ ପହଞ୍ଚି ପାଣି ଦେଇଥିଲୁ।

କିନ୍ତୁ ସେ ପାଣି ଅଳ୍ପ ପିଇ ଥିଲେ। ଏହାପରେ ଆମକୁ ପୁଅ ଦେହ କେମିତି ରହିବା, ସେକଥା କହିଥିଲେ। ଏମିତି କେତେ କ’ଣ କହି ଚାଲିଥିଲେ। ଆମ ଆଗରୁ ଆଉ ଜଣଙ୍କୁ ମଧ୍ୟ ସେ ୫୧ ପାସ ଆଗକୁ ଯିବାକୁ କହିଥିଲେ। ସେ ସେଠାରୁ ଫେରିବା ପରେ ଠାକୁର ଦେଖା ଗଲେ ବୋଲି କହିଥିଲେ।

ମାମା ଏଥିରେ ବିଶ୍ୱାସ କରିଥିଲା। ଏହାପରେ ସେ ବ୍ୟକ୍ତି ଜଣଙ୍କ ମାମାଙ୍କୁ ସୁନା ସବୁ କାଢ଼ି ଦେବାକୁ କହିଥିଲେ। ମାମା ମଧ୍ୟ ସୁନା ସବୁ କାଢ଼ି ଦେଇଥିଲେ। କିନ୍ତୁ ବାସ୍ତବରେ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ଭଣ୍ଡବାବାଙ୍କ ଲୋକ ଥିଲେ। 

ସେମାନେ ଆମକୁ ୫୧ ପାଦ ଆଗକୁ ଯିବାକୁ କହିଥିଲେ। ଆମେ କିଛି ବାଟ ଚାଲିଥିବା ବେଳେ ମାମା ପଛକୁ ବୁଲି ଦେଖିଥିଲେ। ସେତେବେଳକୁ ଆମର ସବୁ ଜିନିଷ ଧରି ଦୁଇ ଜଣ ଯାକ ଫେରାର ହୋଇ ଯାଇଥିଲେ।‘”

ସ୍ୱର୍ଣ୍ଣ ପ୍ରଭାଙ୍କ କହିବା କଥା ଯେ ଭଣ୍ଡବାବାଙ୍କ ମଧ୍ୟରୁ ଜଣେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ସେମାନେ ଦୁଇ ଜଣ ଥିଲେ ମଧ୍ୟ ସେକଥା ସ୍ୱର୍ଣ୍ଣପ୍ରଭା ଜାଣି ପାରି ନଥିଲେ। କାରଣ ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ୫୧ ପାଦ ଗଲା ପରେ ଠାକୁର ଦେଖିଥିବା କଥା କହିବା ପରେ ହିଁ ସ୍ୱର୍ଣ୍ଣପ୍ରଭା ଭଣ୍ଡବାବାଙ୍କ କଥାରେ ପଡ଼ି ସୁନା କାଢ଼ିଥିଲେ ଓ ୫୧ ପାଦ ଆଗକୁ ଚାଲିବାକୁ ରାଜି ହୋଇ ଥିଲେ। ବାସ୍ତବରେ ଠାକୁର ଦେଖିଥିବା କଥା କହିଥିଲେ ଲୋକଟି ମଧ୍ୟ ଭଣ୍ଡ ବାବା ସାଥୀରେ ମିଶିଥିଲା।

Odisha Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe