Advertisment

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ

ଗତକାଲି ସନ୍ଧ୍ୟାରେ ଗାଁ ଛକରେ ଥିବା ଏକ କଦମ୍ବ ଗଛ ମୂଳରେ ସାଗର, ଦିଲୁ ଓ ପ୍ରତାପ ଏକାଠି ବସି ଥିଲେ।

author-image
Tapaswini Nayak
Murder

Murder

ସାଙ୍ଗକୁ ପିଟିପିଟି ହତ୍ୟା କଲେ ଅନ୍ୟ ଦୁଇ ଜଣ ସାଙ୍ଗ। ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସାଳଜଙ୍ଗ ପଞ୍ଚାୟତ ଚାରିବାଟିଆ ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ସାଗର ନାୟକ। ସାଗରଙ୍କୁ ତାଙ୍କର ଦୁଇ ସାଙ୍ଗ ଦିଲୁ ସାମଲ ଓ ପ୍ରତାପ ବେହେରା ହତ୍ୟା କରିଥିବା ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଗାଁ ଛକରେ ଥିବା ଏକ କଦମ୍ବ ଗଛ ମୂଳରେ ସାଗର, ଦିଲୁ ଓ ପ୍ରତାପ ଏକାଠି ବସି ଥିଲେ। ତେବେ କୌଣସି କାରଣରୁ ସାଗରଙ୍କ ସହ ଦିଲୁ ଓ ପ୍ରତାପଙ୍କର ବଚସା ହୋଇଥିଲା। ପରେ ଦିଲୁ ଓ ପ୍ରତାପ ସାଗରଙ୍କୁ ଲୁହା ରଡ୍‌ ଓ କାଠ ଫାଳିଆରେ ପିଟିଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସାଗରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଗରଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲୁକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଘଟଣା ପରେ ପ୍ରତାପ ଫେରାର ହୋଇଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Murder Jagatsinghpur , Odisha Police