Advertisment

ପ୍ଲଟ ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ, ୨ ଗିରଫ

ଜଣଙ୍କଠାରୁ ୪୦ ଲକ୍ଷ ଓ ଅନ୍ୟ ଜଣଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ ଦୁଇ ଅଭିଯୁକ୍ତ।

author-image
Jitendra Garnayak
Accused

Accused

ପ୍ଲଟ ଦେବାକୁ କହି ଦୁଇ ଜଣଙ୍କ ବ୍ୟକ୍ତିଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନେଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱରର ନନ୍ଦନ କାନନ ଥାନା ପୁଲିସ। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ମନ୍ମଥ କେଶରୀ ପଟ୍ଟନାୟକ ଓ ଦଲାଲ ଭୀମସେନ ନାୟକ।

Advertisment

୨୦୨୩ ମସିହାରେ ଏକ ପ୍ଲଟ ବିକ୍ରି କରିବା ପାଇଁ ମନ୍ମଥ କେଶରୀ ପଟ୍ଟନାୟକ ତାଙ୍କର ସହଯୋଗୀ ଭୀମସେନ ନାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସୌମ୍ୟରଞ୍ଜନ ପାତ୍ରଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇଥିଲେ। ତେବେ ଟଙ୍କା ଦେବା ପରେ ସୌମ୍ୟରଞ୍ଜନ ବିଶ୍ଵସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲେ ଯେ ସେଭଳି କୌଣସି ପ୍ଳଟ ମନ୍ମଥଙ୍କ ନାମରେ ନାହିଁ। ତେଣୁ ସେ ମନ୍ମଥ ଓ ଭୀମସେନଙ୍କୁ ତାଙ୍କ ଟଙ୍କା ଫେରାଇ ଦେବା ପାଇଁ କହିଥିଲେ। ତେବେ ସେମାନେ ଅର୍ଥ ଫେରାଇବାକୁ ମନା କରିବା ସହିତ ସୌମ୍ୟରଞ୍ଜନଙ୍କୁ ହତ୍ୟା ଧମକ ଦେଇଥିଲେ । ଅନ୍ୟ କିଛି ଉପାୟ ନପାଇ ଶେଷରେ ସୌମ୍ୟରଞ୍ଜନ ଏ ନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।

ସୌମ୍ୟରଞ୍ଜନ ପୂର୍ବରୁ ଠିକ୍ ଏହି ଭଳି ଢଙ୍ଗରେ ବାଲିପଡ଼ାର ନିର୍ମଳ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଠକି ଥିଲେ ଅଭିଯୁକ୍ତ ଦ୍ୱୟ। ପ୍ଳଟ୍ ଦେବେ କହି ନିର୍ମଳଙ୍କଠାରୁ ୪୦ ଲକ୍ଷ ଟଙ୍କା ନେଇଥିଲେ ମନ୍ମଥ କେଶରୀ ପଟ୍ଟନାୟକ। ସହଯୋଗୀ ଭୀମସେନ ନାୟକଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସେ ଏହି ଟଙ୍କା ନେଇଥିଲେ। ଠକାମୀରେ ପଡ଼ିଥିବା ଜାଣିବା ପରେ ନିର୍ମଳ ତାଙ୍କ ଟଙ୍କା ମାଗିଥିଲେ। ହେଲେ ମନ୍ମଥ ତାଙ୍କୁ ଟଙ୍କା ନଫେରାଇ ଧମକ ଦେଇଥିଲେ। ନିର୍ମଳ ଏ ନେଇ ନନ୍ଦନ କାନନ ଥାନାରେ ଏତଲା ଦେଇଥିଲେ।

Advertisment

ଉଭୟ ଘଟଣାରେ ନନ୍ଦନ କାନନ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ କଲ୍ୟାଣପୁର ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତମାନେ ସେମାନଙ୍କ ଅପରାଧ ସ୍ଵୀକାର କରିଥିବା ପୁଲିସ୍ ସୂତ୍ରରୁ ସୂଚନା ମିଳିଛି।