Advertisment

କାଠଯୋଡି ନଦୀକୁ ଡେଇଁ ନିଖୋଜ ଘଟଣାରେ ଟ୍ୱିଷ୍ଟ: ଥାନାରେ ପହଞ୍ଚିଲେ ମହିଳା,ପୁରୁଷ

ଗତକାଲି ରାତିରେ ଶତ୍ରୁଘ୍ନ ଓ  ବର୍ଷା କାଠଯୋଡି ନଦୀକୁ ଡେଇଁପଡ଼ିଥିବା ଖବର ପ୍ରସାରିତ ହୋଇଥିଲା।

 Rescue person

Rescue person

Advertisment

ଗତକାଲି କଟକ ତ୍ରିଶୁଳିଆ ବ୍ରିଜରେ ଆଧାରକାର୍ଡ ଓ ମୋବାଇଲ ରଖି କାଠଯୋଡି ନଦୀକୁ ଜଣେ ପୁରୁଷ ଓ ମହିଳା ଡେଇଁ ଆତ୍ମହତ୍ୟା କରିଥିବା ଘଟଣାରେ ଆସିଛି ବଡ଼ ଟ୍ୱିଷ୍ଟ। ଉଭୟ ମହିଳା ଓ ପୁରୁଷ ଆଜି ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଛନ୍ତି। ପୁଲିସ ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଇଛି। ସେମାନେ ହେଲେ ଶତ୍ରୁଘ୍ନ ଲେଙ୍କା ଓ ବର୍ଷା ଲେଙ୍କା। ସେମାନେ ସଂପର୍କରେ ଶଳା ଭାଉଜ ଓ ନଣନ୍ଦେଇ।

Advertisment

ଗତକାଲି ରାତିରେ ଶତ୍ରୁଘ୍ନ ଓ  ବର୍ଷା କାଠଯୋଡି ନଦୀକୁ ଡେଇଁପଡ଼ିଥିବା ଖବର ପ୍ରସାରିତ ହୋଇଥିଲା। ବର୍ଷାଙ୍କ ଆଧାରକାର୍ଡ ତ୍ରିଶୁଳିଆ ବ୍ରିଜରୁ ମିଳିଥିବା ବେଳେ ଏକ ମୋବାଇଲ ନିକଟରେ ପଡ଼ିଥିଲା। ଶତ୍ରୁଘ୍ନଙ୍କ ସହ ବର୍ଷା କାଠଯୋଡ଼ିକୁ ଡେଉଁ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା। ଆଜି ସକାଳେ ଅଗ୍ନିଶମ ବାହିନୀ ଉଭୟଙ୍କୁ ଖୋଜିଖୋଜି କରିଥିଲେ। ହେଲେ ଶତ୍ରୁଘ୍ନ ଓ ବର୍ଷା ପୁରୀ ଘାଟ ଥାନାରେ ହାଜର ହୋଇଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଏନେଇ ଶତ୍ରୁଘ୍ନ  ଓ ବର୍ଷାଙ୍କର କୌଣସି ପ୍ରତିକୀୟା ମିଳିନାହିଁ।  ଅନ୍ୟପକ୍ଷରେ ପୁଲିସର ମଧ୍ୟ କୌଣସି ପ୍ରତିକୀୟା ହସ୍ତଗତ ହୋଇ ନାହିଁ।

ଫାୟାର ଅଫିସ ସଞ୍ଜୀବ ସାହୁ କହିଛନ୍ତି, ଗତକାଲି ରାତିରେ କାଠଯୋଡି ନଦୀକୁ ପୁରୁଷ ଓ ମହିଳା ଡେଇଁ ପଡ଼ିଥିବା ଆମେ ଖବର ପାଇଥଲୁ। ଆମ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇନଥିଲୁ। ଆଜି ସକାଳେ ମଧ୍ୟ ଖୋଜାଖୋଜି କରାଯାଇଥିଲା।  ହେଲେ ସେମାନେ ସକାଳେ ପୁରୀ ଘାଟ ଥାନାରେ ହାଜର ହୋଇଥିବା ଆମେ ଖବର ପାଇଥିଲୁ। ସେମାନେ ନଦୀ ସାଇଡ୍‌ ଲାଗିଥିଲେ, ଆଜି ସକାଳେ ନିଜେ ସୁରକ୍ଷିତ  ଉଦ୍ଧାର ହୋଇ ଆସିଥିବା ପୁଲିସ ନିକଟରେ କହିଥିଲେ। ହେଲେ କାଠଯୋଡି ନଦୀରେ ଏବେ ପାଣି ସ୍ରୋତ ପ୍ରଖର ରହିଛି। ପାଣି ଭିତରେ ରାତିରୁ  ସକାଳ ଯାଏ ରହିବା ସମ୍ଭବ ନୁହେଁ। ଉଭୟଙ୍କୁ ପଚରାଉଚରା ପରେ ଘଟଣା ସଂପର୍କରେ ଜଣାପଡ଼ିବ। 

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe