Advertisment

ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ

ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।

Stop Rape

Stop Rape

Advertisment

ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀର ପକ୍ସୋ କୋର୍ଟ। ସେମାନେ ହେଉଛନ୍ତି, ସୁକାନ୍ତ କହଁର ଓ ସରୋଜ କହଁର। ଏହା ସହିତ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା (DLSA)କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

୨୦୨୧ ମସିହାରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ମାମଲା ହୋଇଥିଲା। ନାବାଳିକା ଜଣଙ୍କ ଗାଁରେ ଏକ ବିବାହ ଭୋଜିକୁ ଖାଇବାକୁ ଯାଇଥିଲେ। ସେ ସେଠାରୁ ରାତିରେ ଏକୁଟିଆ ଫେରୁଥିବା ବେଳେ ସୁକାନ୍ତ ଓ ସରୋଜ ଆଉ ଜଣେ ଅଭିଯୁକ୍ତଙ୍କ ସହାୟତାରେ ତାଙ୍କୁ ଉଠାଇ ନେଇ ଜଙ୍ଗଲକୁ ଯାଇଥିଲେ। ସେଠାରେ ଆଉ ଜଣେ ଯୁବକ ପହଞ୍ଚିଥିଲେ। ସମସ୍ତେ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକା ଜଣଙ୍କ ଅଚେତ ହୋଇଯିବାରୁ ସେମାନେ ତାଙ୍କୁ ମୋଟର ସାଇକେଲରେ ନେଇ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ।

ଝିଅ ରାସ୍ତାକଡ଼ରେ ପଡ଼ିଥିବା ନେଇ କୌଣସି ସୂତ୍ରରୁ ଘର ଲୋକେ ଖବର ପାଇଥିଲେ। ସେମାନେ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ ଓ ଘରକୁ ନେଇ ଚିକିତ୍ସା କରିଥିଲେ। ଚେତା ଫେରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ତାଙ୍କ ବାପାମା’ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ପାଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ସୁକାନ୍ତ କହଁର ଓ ସରୋଜ କହଁରଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଉ ଜଣେ ଫେରାର ହୋଇଯାଇଥିଲେ। ତାଙ୍କ ସଂପର୍କରେ ଏଯାବତ୍ କିଛି ଜଣାପଡ଼ିନି।

Advertisment

କୋର୍ଟ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ସୁକାନ୍ତ କହଁର ଓ ସରୋଜ କହଁରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Gange Rape Pocso Act
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe