Advertisment

ଲୋଭ ହେଲା କାଳ, ଦୁଇ ପୁଲିସ କର୍ମଚାରୀ ହରାଇଲେ ୧୦ ଲକ୍ଷ

ଲକ୍ଷେ ଟଙ୍କା ଲାଭ ପାଇବା ଲୋଭରେ ସେମାନେ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କୁ ଦେଇଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Police

Police

ଲୋଭ ହେଲା କାଳ। ଲୋଭରେ ପଡ଼ି ଦୁଇ ପୁଲିସ କର୍ମଚାରୀ ହରାଇଲେ ୧୦ ଲକ୍ଷ ଟଙ୍କା। ଠକାମୀରେ ପଡ଼ିବା ପରେ ଏହି ପୁଲିସ କର୍ମଚାରୀମାନେ ସ୍ଥାନୀୟ ପୁଲିସ ଷ୍ଟେଶନରେ ମୌଖିକ ଅଭିଯୋଗ କରି ନ୍ୟାୟ ମାଗିଛନ୍ତି। ଲକ୍ଷେ ଟଙ୍କା ଲାଭ ପାଇବା ଲୋଭରେ ସେମାନେ ୧୦ ଲକ୍ଷ ଟଙ୍କା ଦୁର୍ବୃତ୍ତଙ୍କୁ ଦେଇଥିଲେ।

Advertisment

ଏହି ଠକାମୀର ଶିକାର ହୋଇଛନ୍ତି ଓଏମପି ଷଷ୍ଠ ବାଟାଲିୟନର ଦୁଇ ଯବାନ। ୧୦ ଲକ୍ଷ ଟଙ୍କାର ଶହେ ଟଙ୍କିଆ ନୋଟ୍ ଦେଲେ ସେମାନଙ୍କୁ ୫ ଶହ ଓ ୨ ହଜାର ଟଙ୍କିଆ ନୋଟ ଦେବାପାଇଁ କୌଶଳ କରି ଠକ କହିଥିଲା। ଠକ କଥାରେ ପ୍ରଲୋଭିତ ହୋଇ ଏହି ଯବାନମାନେ ଟଙ୍କା ଯୋଗାଡ଼ କରିଥିଲେ।

ସେମାନେ ଟଙ୍କା ବ୍ୟାଗ ନେଇ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ସ୍ଥାନକୁ ଠକଙ୍କ କହିବା ମୁତାବକ ଯାଇଥିଲେ। ସେଠାରେ ଦୁଇ ଦୁର୍ବୃତ୍ତ ଉଭୟ ପୁଲିସ କର୍ମଚାରୀଙ୍କ ଠାରୁ ଟଙ୍କା ବ୍ୟାଗ ନେଇ କୌଶଳ କ୍ରମେ ଫେରାର ହୋଇଯାଇଥିଲେ।

Advertisment

ଦୁଇ ପୁଲିସ କର୍ମଚାରୀ ଏବାବଦରେ ମଙ୍ଗଳାବାଗ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ସେମାନେ ଲିଖିତ ଭାବେ ଏତଲା ଦେଇନାହାନ୍ତି। ଏନେଇ ଏହି ପୁଲିସ କର୍ମଚାରୀ କିମ୍ୱା ଥାନା ଅଧିକାରୀଙ୍କ ମତାମତ ମିଳିନି।

Cuttack Odisha Police Cheat Case