Advertisment

ଭବାନୀପାଟଣା ଜେଲ୍‌ରୁ ଦୁଇ ବିଚାରାଧୀନ କଏଦୀ ଫେରାର

ଆଜି ସକାଳେ ଉଭୟେ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Jail

Jail

ଭବାନୀପାଟଣା ଜେଲ୍‌ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟେ ଜେଲ୍‌ରେ ନ ଥିବା ଜଣାପଡ଼ିଥିଲା। ବହୁ ଖୋଜାଖୋଜି କରି ସେମାନଙ୍କୁ ପାଇ ନ ଥିଲେ ଜେଲ୍‌ କର୍ତ୍ତୃପକ୍ଷ।

Advertisment

ଫେରାର ବିଚାରାଧୀନ କଏଦୀମାନେ ହେଉଛନ୍ତି ସିକନ୍ଦର ଜାଲ ଓ ନୀଳମଣି ମାଝି। ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ। ହେଲେ ସେମାନେ କିପରି ଓ କେତେବେଳେ ଫେରାର ହେଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। 

Jail