Advertisment

ସୁଖଦେବ ସିଂହ ଗୋଗାମେଡି ହତ୍ୟା ଘଟଣା; ଗୁଳି ମାଡ଼ କରିଥିବା ଦୁଇ ଯୁବକ ଚିହ୍ନଟ

ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସ୍ପଷ୍ଟ ହୋଇ ସାରିଥିବା ବେଳେ ଗୁଳି ଚଳାଇଥିବା ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି।

Sukhdev-Singh-Gogamedi

Sukhdev-Singh-Gogamedi

Advertisment

କର୍ଣ୍ଣି ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ ଅଶାନ୍ତ ହୋଇ ଉଠିଛି ରାଜସ୍ଥାନ । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି।

Advertisment

ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସ୍ପଷ୍ଟ ହୋଇ ସାରିଥିବା ବେଳେ ଗୁଳି ଚଳାଇଥିବା ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ ରୋହିତ ରାଠୋଡ ଓ ନୀତିନ ଫୌଜି । ଉଭୟଙ୍କୁ ଗିରଫ କରିବା ପାଇଁ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ରାଜସ୍ଥାନ ପୁଲିସ୍‌ କମିଶନ ସୂଚନା ଦେଇଛନ୍ତି।

ତୁରନ୍ତ ଉଭୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କର୍ଣ୍ଣି ସେନା ପକ୍ଷରୁ ଆଜି ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ହିଂସା ଉସକାଉଥିବା କଥାକୁ ବିଶ୍ୱାସ ନ କରିବାକୁ ପୁଲିସ ଜନସାଧାରଣଙ୍କୁ ଅପିଲ କରିଛି।। ପୁଲିସ୍‌ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ବି ପ୍ରତିଶୃତି ଦେଇଛି ।

Advertisment

ଏହି ଘଟଣାକୁ ନେଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ଆଶଙ୍କା ଥିବାରୁ ସଜାଗ ରହିବାକୁ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସହର ତଥା ରାଜ୍ୟ ସୀମାରେ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି।

ସୋଶାଲ ମିଡିଆ ଉପରେ କଡ଼ା ନଜର ରଖାଯାଇ ଆପତ୍ତିଜନକ ପୋଷ୍ଟ ତୁରନ୍ତ ହଟାଇବାକୁ କୁହାଯାଇଛି। ଏଥିସହ ହିଂସା ଉସକାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 ଗତକାଲି ଅପରାହ୍ନରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ଏହି ଘଟଣା ଘଟିଥିଲା। ସୁଖଦେବ ସିଂହ  ନିଜ ଘରେ ସୋଫାରେ ବସିଥିବା ବେଳେ ତାଙ୍କ ସାମ୍ନା ସୋଫାରେ ବସିଥିବା ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ। ଏହି ଗୁଳିକାଣ୍ଡରେ  ସୁଖଦେବ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି। 

Rashtriya Rajput Karni Sena Rajasthan Sukhdev Singh Gogamedi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe