Advertisment

ବାଇକରେ ଫେରୁଥିଲେ ଦୁଇ ଭଉଣୀ, ଟେକି ନେଇ ଦୁଷ୍କର୍ମ କଲେ ୧୦ ଜଣ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏପରି ଘଟଣା ଘଟିଛି।

stop Rape

stop Rape

Advertisment

ଛତିଶଗଡ଼ରୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଦୁଇ ଜଣ ଭଉଣୀଙ୍କୁ ୧୦ ଜଣ ଯୁବକ ଟେକି ନେଇ ଗଣଦୁଷ୍କର୍ମ କରିଛନ୍ତି। ଦୁଇ ଭଉଣୀଙ୍କ ମଧ୍ୟରୁ ଜଣେ ନାବାଳିକା। ସେମାନେ ରାକ୍ଷୀ ବାନ୍ଧିବା ପାଇଁ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ସମ୍ପର୍କୀୟ ଭାଇଙ୍କ ସହ ଘରକୁ ଫେରୁଥିବା ବେଳେ ରାଜ୍ୟର ରାଜଧାନୀ ରାୟପୁରରେ ଏପରି ଘଟଣା ଘଟିଛି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏପରି ଘଟଣା ଘଟିଛି।

ପୀଡ଼ିତା ଦ୍ୱୟଙ୍କ ବୟାନକୁ ଆଧାର କରି ୧୦ ଜଣ ଯୁବକଙ୍କୁ ଗିରଫ କରିଛି ପୁଲିସ। ଏମାନଙ୍କ ମଧ୍ୟରେ ଜଣେ ହତ୍ୟା ଅଭିଯୁକ୍ତ ରହିଛି। ସେ ନିକଟରେ ଗୋଟିଏ ଦୁଷ୍କର୍ମ ମାମଲାରେ ଜାମିନରେ ମୁକୁଳିଥିଲା। ରାୟପୁର ଏସ୍‌ପି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି, ଅଗଷ୍ଟ ୩୧ ତାରିଖ ସନ୍ଧ୍ୟାରେ ମନ୍ଦିର ହାସାଉଦ ଅଞ୍ଚଳରେ ଏହି ଘଟଣା ଘଟିଛି।

Advertisment

ଦୁଇ ଭଉଣୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଘରକୁ ଫେରୁଥିଲେ। ସେମାନେ ସହର ଠାରୁ ସାମାନ୍ୟ ଦୂରରେ ଥିବା ବେଳେ ୩ ଜଣ ଯୁବକ ଭାନସୋଜ ଅଞ୍ଚଳରେ ସେମାନଙ୍କୁ ଅଟକାଇଥିଲେ। ପ୍ରଥମେ ସେମାନେ ଦୁଇ ପୀଡ଼ିତା ଓ ତାଙ୍କ ସମ୍ପର୍କୀୟଙ୍କ ଠାରୁ ମୋବାଇଲ ଫୋନ ଓ ପର୍ସ ଲୁଟ କରିଥିଲେ।

କିଛି ସେକେଣ୍ଡ ମଧ୍ୟରେ ୪ଟି ବାଇକରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଦୁଇ ଭଉଣୀଙ୍କୁ ବଳ ପୂର୍ବରୁ ଟେକି ନେଇ ଗାଡ଼ିରେ ବସାଇଥିଲେ। ତାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଲୁଟ ସ୍ଥାନରୁ କିଛି ଦୂରରେ ଥିବା ଗୋଟିଏ ନିଛାଟିଆ ସ୍ଥାନକୁ ସେମାନେ ଦୁଇ ଭଉଣୀଙ୍କୁ ନେଇ ଦୁଷ୍କର୍ମ କରିଥିଲେ।

ତେବେ ଦୁଇ ଭଉଣୀ କୌଣସି ମତେ ପୁଲିସ୍‌ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିଛି। ଗୁରୁବାର ରାତିରେ ପ୍ରଥମେ ୬ ଜଣଙ୍କୁ ଧରା ଯାଇଥିଲା। ଏହାପରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ଅଗ୍ରୱାଲ କହିଛନ୍ତି।

Chhattisgarh Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe