Advertisment

୬ ଲକ୍ଷ ଟଙ୍କା ଡିଲ୍‌ରେ ବ୍ୟବସାୟୀଙ୍କୁ କରାଯାଇଥିଲା ହତ୍ୟା, ଦେଢ଼ ମାସ ପରେ ୨ ସୁପାରି କିଲର ଗିରଫ

ପ୍ରତିଶୋଧ ପାଇଁ ଘଟିଥିଲା ଏହି ହତ୍ୟାକାଣ୍ଡ। ପୂର୍ବରୁ ଏହି ମାମଲାରେ ଜଣେ ଗିରଫ ହୋଇଥିଲେ।

Police

Police

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଞ୍ଚଳର ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣାରେ ପୁଲିସ୍ ଦୁଇ ସୁପାରି କିଲରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି- ରାକେଶ ନାଥ ଓ ଦେବ ବର୍ଜା।

Advertisment

ରାକେଶଙ୍କ ଘର କାମାକ୍ଷାନଗର ଥାନା ପୁରୁଣା ଆଳତୁମା ଗାଁରେ ହୋଇଥିବା ବେଳେ ଦେବ ବର୍ଜାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜାମଡ଼ା ଥାନା ଡୁମଡ଼ିହିରେ। ୬ ଲକ୍ଷ ଟଙ୍କା ଡିଲ୍‌ରେ ଏହି ଦୁଇ ଜଣ ନିରାକାର ସାହୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଏହି ଘଟଣାରେ ଦିବ୍ୟଦର୍ଶନ ମହନ୍ତ (୨୩)ଙ୍କୁ ଗିରଫ କରାଯାଇଥିଲା। ନିରାକାରଙ୍କୁ ମାରିବାକୁ ରାକେଶ ଓ ଦେବଙ୍କ ସହିତ ୬ ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦିବ୍ୟଦର୍ଶନ।

Advertisment

ପ୍ରତିଶୋଧ ପାଇଁ ଘଟିଥିଲା ଏହି ହତ୍ୟାକାଣ୍ଡ। ଦିବ୍ୟଦର୍ଶନଙ୍କ ବାପା ତଥା ବିଜେଡି ନେତା ଓ ପୂର୍ବତନ ସମିତି ସଭ୍ୟ ଦୀପକ କୁମାର ମହନ୍ତଙ୍କୁ ୨୦୨୧ ମସିହାରେ ହତ୍ୟା କରିଥିଲେ ନିରାକାର ଓ ତାଙ୍କର କିଛି ସହଯୋଗୀ। ସେଥିପାଇଁ ନିରାକାରଙ୍କୁ ମାରିବାକୁ ଚାହୁଁଥିଲେ ଦିବ୍ୟଦର୍ଶନ।

ଦୀପକ କୁମାର ମହନ୍ତ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ନିରାକାର। ପରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲେ। ସେ ଜାମିନରେ ଘରକୁ ଫେରିବା ପରେ ତାଙ୍କୁ ହତ୍ୟା କରିବାକୁ ରାକେଶ ଓ ଦେବ ବର୍ଜାକୁ ନିଯୁକ୍ତ କରିଥିଲେ ଦିବ୍ୟଦର୍ଶନ। ଗତ ସେପ୍ଟେମ୍ବର ୨୭ ତାରିଖ ରାତିରେ ନିରାକର ସାହୁଙ୍କୁ ଆଳତୁମା ଗାଁ ରେଲୱେ ଓଭରବ୍ରିଜ୍ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।

ଏହି ଘଟଣାରେ ଦିବ୍ୟଦର୍ଶନ ମହାନ୍ତଙ୍କୁ ଗତ ମାସ ୨୬ ତାରିଖରେ କାମାକ୍ଷାନଗର ପୁଲିସ୍ ଗିରଫ କରିଥିଲା। ରାକେଶ ଓ ଦେବଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଆଉ ଆଜି ରାକେଶ ଓ ଦେବ ବର୍ଜାଙ୍କୁ ଗିରଫ କରିଥିଲା ପୁଲିସ୍। ମୟୂରଭଞ୍ଜ ପୁଲିସ୍ ସହାୟତାରେ ସେମାନଙ୍କୁ ଜାମଡ଼ା ଅଞ୍ଚଳରୁ ଗିରଫ କରିଥିଲା କାମାକ୍ଷାନଗର ପୁଲିସ୍‌ର ସ୍ୱତନ୍ତ୍ର ଟିମ୍।

Odisha Police Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe