Advertisment

ଅସୁସ୍ଥ ହେବାରୁ ଝିଅକୁ ମେଡ଼ିକାଲ୍‌ ନେଇଥିଲେ, ଚେକ୍‌ଅପ୍‌ ପରେ ଦୁଷ୍କର୍ମ ହୋଇଥିବା ଡାକ୍ତର କହିଲେ!

ରାତିରେ ନେତ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ।

undefined

Rape

Advertisment

ଝିଅ ଦେହ ଖରାପ ହେବାରୁ ରାତି ଅଧିଆ ମେଡ଼ିକାଲ୍‌ ନେଇଥିଲେ ପରିବାର ଲୋକ। ଚେକ୍‌ଅପ୍‌ ପରେ ଡାକ୍ତର କହିଲେ, ଝିଅକୁ ଦୁଷ୍କର୍ମ ହୋଇଛି! ଡାକ୍ତରଙ୍କଠାରୁ ଏଭଳି କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ଦୁଇ ଜଣ ଶିକ୍ଷକଙ୍କୁ ଉଠାଇ ଆଣି ପଚରାଉଚରା କରୁଛି।

Advertisment

କୁନ୍ଦେଇ ଥାନା ଅଞ୍ଚଳରେ ରହିଛି ଏକ ଆବାସିକ ବିଦ୍ୟାଳୟ। ସେହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି ନେତ(ଛଦ୍ମନାମ)। ସେ ପ୍ରତିଦିନ ସେ ଘରୁ ସ୍କୁଲକୁ ଯିବା ଆସିବା କରନ୍ତି। ସବୁଦିନ ପରି ବୁଧବାର ସେ ସ୍କୁଲ ଯାଇଥିଲେ। ଅପରାହ୍ନରେ ସେ ଘରକୁ ଫେରିବା ବେଳେ ଦୁଃଖରେ ଥିଲା ପରି ଲାଗୁଥିଲେ। ପରିବାର ଲୋକେ ସେଥିପ୍ରତି ବିଶେଷ ଧ୍ୟାନ ଦେଇନଥିଲେ।

ରାତିରେ ନେତ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ତାଙ୍କୁ ଦୁଷ୍କର୍ମ ହୋଇଥିବା ଡାକ୍ତର ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଏନେଇ କୁନ୍ଦେଇ ଥାନାକୁ ଖବର ଦେଇଥିଲେ। ସେପଟେ ପରିବାର ଲୋକ ମଧ୍ୟ ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ପରେ ସ୍କୁଲର ଦୁଇ ଶିକ୍ଷକଙ୍କୁ ଉଠାଇ ଆଣିଛି ପୁଲିସ୍‌। ସେମାନଙ୍କୁ ଥାନାରେ ଅଟକ ରଖି ଘନଘନ ଜେରା କରୁଛି। ହେଲେ ଉଠାଇ ଆଣିଥିବା ଦୁଇ ଶିକ୍ଷକଙ୍କ ସମ୍ପର୍କରେ ପୁଲିସ୍‌ କୌଣସି ସୂଚନା ଦେଉନି। ସେପଟେ ଦୁଷ୍କର୍ମ ଅଭିଯୋଗ ନେଇ ମଧ୍ୟ ପୁଲିସ୍‌ ମୁହଁ ଖୋଲୁନଥିବା ଜଣାପଡ଼ିଛି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

Rape Minor Raped School Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe