Advertisment

ପାଠପଢ଼ା ଚାଲିଥିବା ବେଳେ ସ୍କୁଲରେ ପଶି ଦୁଇ ଶିକ୍ଷୟିତ୍ରୀଙ୍କଠାରୁ ସୁନା ଚେନ୍ ଲୁଟି ନେଲେ ଦୁର୍ବୃତ୍ତ

ଦୁର୍ବୃତ୍ତ ଦ୍ୱୟ ଏକ ପଲସରରେ ଆସିଥିଲେ। ସେମାନେ ଲୁଟପାଟ କରିବା ପରେ ଦ୍ରୁତ ଗତିରେ ଠାକୁରମୁଣ୍ଡା ଆଡ଼କୁ ଚାଲି ଯାଇଥିଲେ।

ଅଦ୍ୟତନ ହୋଇଛି
Loot

Loot

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପୋଷି ପାଞ୍ଚାୟତର କାଦଡ଼ିହା ଭାଟିସାହି ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଶି ଦୁଇ ଜଣଙ୍କ ଶିକ୍ଷୟିତ୍ରୀଙ୍କଠାରୁ ସୁନା ଚେନ୍ ଓ କାନ ଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ଏହି ଘଟଣା ଘଟିଛି।

Advertisment

ନିଜ ନିଜ ଶ୍ରେଣୀରେ ପାଠପଢ଼ାଉଥିଲେ ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ର ଓ ରୁକ୍ମିଣୀ ମହାନ୍ତ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ସ୍କୁଲରେ ପଶିଥିଲେ। ସେମାନେ ପ୍ରଥମେ ଶିକ୍ଷୟିତ୍ରୀ ସାବିତ୍ରୀ ପାତ୍ରଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତାଙ୍କ ଚିତ୍କାର ଶୁଣି ଶିକ୍ଷୟିତ୍ରୀ ରୁକ୍ମିଣୀ ସେଠାକୁ ଦୌଡ଼ି ଆସିଥିଲେ। ଦୁଇ ଦୁର୍ବୃତ୍ତ ତାଙ୍କୁ ମାଡ଼ିବସି ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ଏହା ସହିତ ସେମାନେ କାନ ଫୁଲ ବି ନେଇ ଯାଇଥିଲେ।

ଦୁର୍ବୃତ୍ତ ଦ୍ୱୟ ଏକ ପଲସରରେ ଆସିଥିଲେ। ସେମାନେ ଲୁଟପାଟ କରିବା ପରେ ଦ୍ରୁତ ଗତିରେ ଠାକୁରମୁଣ୍ଡା ଆଡ଼କୁ ଚାଲି ଯାଇଥିଲେ। କରଞ୍ଜିଆ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଡରି ଯାଇଛନ୍ତି।

Advertisment

କରଞ୍ଜିଆରୁ ଦୀପକ କୁମାର ମହନ୍ତଙ୍କ ରିପୋର୍ଟ

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe