Advertisment

ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କୃତ

ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା।

elephant

elephant

Advertisment

ହାତୀକୁ ନିଆଁହୁଳାରେ ମାଡ଼ ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ ବାପି ମାଝୀ। ବନ ବିଭାଗର ଦୁଧିଆଣି ରେଞ୍ଜ ଅଧିକାରୀ ପ୍ରଦୀପ ପୃଷ୍ଟି ଏହି ସୂଚନା ଦେଇଛନ୍ତି।

Advertisment

ମୟୁରଭଞ୍ଜ ଜିଲ୍ଲା ଦୁଧିଆଣି ରେଞ୍ଜ୍ ଅଧୀନରେ ଥିବା ବଡ଼ଗୁମା ଗାଁରେ ହାତୀ ଘଉଡ଼ାଇବା ବେଳେ ଏହି ଘଟଣା ଘଟିଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ବନ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକ ହାତୀ ଘଉଡ଼ାଉ ଥିବା ବେଳେ ହାତୀଙ୍କ ସହିତ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ସେହି ସମୟରେ ନିଆଁ ହୁଳା ଧରିଥିବା ଏହି ଦୁଇ ବନକର୍ମଚାରୀ ଗୋଟିଏ ହାତୀକୁ ସେଥିରେ ପ୍ରହାର କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓଟି ଭାଇରାଲ ହେବା ପରେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ଏହି ଘଟଣାର ତଦନ୍ତ ପାଇଁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ନିର୍ଦେଶ ଦେଇଥିଲେ। ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀ ସଫେଇ ଦେଇଥିଲେ ଯେ ହାତୀ ଜନବସତି ଆଡ଼କୁ ମାଡ଼ି ଆସିଥିଲା ଓ ସେମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ସେଥିପାଇଁ ସେମାନେ ଛାନିଆ ହୋଇ ହାତୀକୁ ନିଆଁହୁଳାରେ ପିଟିଥିଲେ। ତେବେ ବନ ବିଭାଗ ପକ୍ଷରୁ ପୂରା ଘଟଣାକୁ ତର୍ଜମା କରାଯାଇ ଏହି ଦୁଇ ଅସ୍ଥାୟୀ ବନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି।

Advertisment

ବାରିପଦାରୁ ମାନିକ୍ ଲାଲ୍ ପାଣିଙ୍କ ରିପୋର୍ଟ

Elephant In Jungle Odisha Forest Department
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe