Advertisment

ଲାଞ୍ଚ ନେଇ ଫସିଗଲେ ଦୁଇ ବୟନ ଶିଳ୍ପ ଇନ୍‌ସପେକ୍ଟର

ଉଭୟଙ୍କର ଦୁଇଟି ଲେଖାଏଁ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Das and Sahu

Das and Sahu

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ବୟନ ଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସର ଦୁଇ ଜଣ ବୟନ ଶିଳ୍ପ ଇନ୍‌ସପେକ୍ଟର। ସେମାନେ ହେଉଛନ୍ତି- କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ।

Advertisment

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଅଞ୍ଚଳର ଏକ ସମବାୟ ସମିତିର ବିଲ୍‌ ରିଲିଜ୍ ପାଇଁ ଆବଶ୍ୟକୀୟ କାମ କରିବାକୁ ଏହି ଦୁଇ ଅଧିକାରୀ ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ସମବାୟ ସମିତି ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା।

ଭିଜିଲାନ୍ସର ଯୋଜନା ପ୍ରକାରେ ଆଜି ଏହି ସଂସ୍ଥାର ଜଣେ କାର୍ଯ୍ୟକର୍ତ୍ତା ବୟନ ଶିଳ୍ପ ଇନ୍‌ସପେକ୍ଟର କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସଙ୍କୁ ଲାଞ୍ଚ ବାବଦକୁ ୫ ହଜାର ଟଙ୍କା ଦେଇଥିଲେ। ଏହି ଦୁଇ ଅଧିକାରୀ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ସେମାନଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଏହି ଦୁଇ ଅଧିକାରୀଙ୍କ ଦୁଇଟି ଲେଖାଏଁ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

Bribe Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe