Advertisment

ଭୟଙ୍କର: ଦୁଇ ନାବାଳକଙ୍କୁ ପରିସ୍ରା ପିଆଇଲେ, ମଳଦ୍ୱାରରେ କଞ୍ଚା ଲଙ୍କା ପୂରାଇ ଦେଲେ

ଦୁଇ ନାବାଳକଙ୍କୁ କୌଣସି ଅଜଣା ଇଞ୍ଜେକସନ ମଧ୍ୟ ଦିଆଯାଇଛି। ଦୁଇ ପୀଡ଼ିତଙ୍କ ମଧ୍ୟରୁ ଜଣଙ୍କ ବୟସ ୧୦ ଓ ଆଉ ଜଣଙ୍କ ବୟସ ୧୫ ବର୍ଷ। କେବଳ ଚୋରି ସନ୍ଦେହରେ ସେମାନଙ୍କୁ ଏପରି ଭୟଙ୍କର ଦଣ୍ଡ ଦିଆଯାଇଛି।

UP

UP

Advertisment

ଉତ୍ତର ପ୍ରଦେଶରେ ଘଟିଛି ଅତ୍ୟନ୍ତ ଭୟଙ୍କର ଘଟଣା। ରାଜ୍ୟର ସିଦ୍ଧାର୍ଥ ନଗରରେ ଦୁଇ ଜଣ ନାବାଳକଙ୍କୁ ଦିଆଯାଇଛି ଅମାନବୀୟ ନିର୍ଯାତନା। ସେମାନଙ୍କୁ ବଳପୂର୍ବକ କିଛି ଲୋକ ପରିସ୍ରା ପିଆଇଛନ୍ତି। ନିବସ୍ତ୍ର କରି କଞ୍ଚା ଲଙ୍କାକୁ ସେମାନଙ୍କ ମଳ ଦ୍ୱାରାରେ ଭର୍ତ୍ତି କରି ଦେଇଛନ୍ତି।

Advertisment

ଖାଲି ସେତିକି ନୁହେଁ, ଦୁଇ ନାବାଳକଙ୍କୁ କୌଣସି ଅଜଣା ଇଞ୍ଜେକସନ ମଧ୍ୟ ଦିଆଯାଇଛି। ଦୁଇ ପୀଡ଼ିତଙ୍କ ମଧ୍ୟରୁ ଜଣଙ୍କ ବୟସ ୧୦ ଓ ଆଉ ଜଣଙ୍କ ବୟସ ୧୫ ବର୍ଷ। କେବଳ ଚୋରି ସନ୍ଦେହରେ ସେମାନଙ୍କୁ ଏପରି ଭୟଙ୍କର ଦଣ୍ଡ ଦିଆଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘଟଣା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଦୁଇ ନାବାଳକଙ୍କୁ ପ୍ରଥମେ ମାଡ଼ ମରାଯିବା ସହ କଞ୍ଚା ଲଙ୍କା ଖାଇବାକୁ ଦିଆଯାଇଥିଲା। ରାଗର କଷ୍ଟକୁ ଲାଘବ କରିବା ପାଇଁ ସେମାନଙ୍କୁ ବୋତଲରେ ଭର୍ତ୍ତି ହୋଇଥିବା ପରିସ୍ରା ପିଇବାକୁ ବାଧ୍ୟ କରାଯାଇଥିଲା।

Advertisment

ସେମାନେ ଏପରି କରିବେ ନାହିଁ କହି ଛାଡ଼ି ଦେବାକୁ ନେହୁରା ହୋଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି ବି ଶୁଣି ନଥିଲେ। ସେମାନେ ଉଭୟଙ୍କୁ ମାଡ଼ର ଭୟ ଦେଖାଇ ଏସବୁ କାମ କରିବାକୁ ବାଧ୍ୟ କରିଥିଲେ। ଏହି ଦୁଇ ନାବାଳକ ଟଙ୍କା ଚୋରି କରିଥିବା ଅଭିଯୋଗ କରି କିଛି ଲୋକ ସେମାନଙ୍କୁ ବାନ୍ଧି ନିର୍ଯାତନା ଦେଇଛନ୍ତି।

ଆଉ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଦୁଇ ନାବାଳକ ମୁହଁ ମାଡ଼ି ତଳେ ପଡ଼ିଛନ୍ତି। ସେମାନଙ୍କ ହାତକୁ ପଛ ପଟେ ବନ୍ଧା ଯାଇ ପ୍ୟାଣ୍ଟକୁ ଖୋଲି ଦିଆଯାଇଛି। ଜଣେ ବ୍ୟକ୍ତି ଏପରି ଅବସ୍ଥାରେ ଦୁଇ ନାବାଳକଙ୍କ ମଳଦ୍ୱାରରେ କଞ୍ଚା ଲଙ୍କା ଦଳିବା ସହ ଏହାକୁ ଭର୍ତ୍ତି କରୁଥିବା ଦେଖିବାକୁ ମିଳୁଛି। ଯନ୍ତ୍ରଣା ସହି ନ ପାରେ ସେମାନେ ଚିତ୍କାର କରୁଥିବା ବେଳେ ଗୋଟିଏ ହଳଦିଆ ରଙ୍ଗର ତଳର ଜନିଷକୁ ବ୍ୟବହାର କରି ସେମାନଙ୍କୁ ଇଞ୍ଜେକସନ ଆକାରରେ ଦିଆଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। 

ଏହି ସବୁ ଭିଡିଓ ଅଗଷ୍ଟ ୪ର ହୋଇଥିବା ବେଳେ ଅରଶନ ଚିକେନ ଦୋକାନ ନିକଟରେ ପୂରା ଘଟିଥିବା ଜଣାପଡ଼ିଛି। ପୁଲିସ କହିଛି ଯେ ଏହି ଭିଡିଓ ଅତ୍ୟନ୍ତ ବିଚଳିତ କରିବା ଭଳି। ପୁଲିସ୍‌ ନିଜ ଆଡ଼ୁ ଘଟଣାକୁ ଗୁରୁତ୍ୱର ସହ ନେଇଛି।

ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି ବୋଲି ପୁଲିସ୍‌ କହିଛି।

Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe