Advertisment

ବିଧାୟକ ଥିଲେ, ସର୍କିଟ୍‌ ହାଉସ୍‌ରେ ଜଳିଗଲା ଦୁଇ ଗାଡ଼ି

ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍‌ ହାଉସ୍‌ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍‌ ହାଉସ୍‌ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ।

Fire

Fire

Advertisment

ସିସିଟିଭି ନାହିଁ। ସର୍କିଟ୍‌ ହାଉସ୍‌ରେ ଢିଲା ସୁରକ୍ଷା ବ୍ୟବସ୍ଥା। ରାତିରେ ବିଧାୟକ ଥିଲେ। ଜାଳିଦେଲେ ଦୁଇ ଗାଡ଼ି! ହେଲେ କାରଣ ଜଣାପଡ଼ୁ ନାହିଁ। ଏନେଇ ଅଭିଯୋଗ ହେବା ପରେ ନିଆଁ ଲାଗିବାର କାରଣ ଖୋଜୁଛି ଫୁଲବାଣୀ ପୁଲିସ୍‌।

Advertisment

ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ। କାର୍ଯ୍ୟକ୍ରମ ପରେ ସେ ଫୁଲବାଣୀ ସର୍କିଟ୍‌ ହାଉସ୍‌ରେ ରାତ୍ରୀ ଯାପନ କରିଥିଲେ। ସର୍କିଟ୍‌ ହାଉସ୍‌ କ୍ୟାମ୍ପସରେ ନିଜର ଇନୋଭା ଗାଡ଼ି ରଖି ବିଶ୍ରାମ ନେଇଥିଲେ। ବିଧାୟକଙ୍କ ଗାଡ଼ି ପାଖରେ ପିଏସ୍‌ଓ ବନମାଳି ନାୟକ ବାଇକ୍‌ ଓ ସର୍କିଟ୍‌ ହାଉସ୍‌ କର୍ମଚାରୀ କୃପାସିନ୍ଧୁ ମାଝୀଙ୍କ ସ୍କୁଟି ଥିଲା। ତେବେ ବିଳମ୍ୱିତ ରାତିରେ ସ୍କୁଟି ଓ ବାଇକ୍‌ରେ ନିଆଁ ଲାଗି ଲାଗି ଯାଇଥିଲା।

ଗାଡ଼ି ଦୁଇଟି ଜଳୁଥିବା ଦେଖି ସର୍କିଟ୍‌ ହାଉସ୍‌ କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନଶମ କର୍ମଚାରୀମାନେ ସର୍କିଟ୍‌ ହାଉସ୍‌ରେ ପହଞ୍ଚି ନିଆଁ ଲିଭାଇଥିଲେ। ସେତେବେଳକୁ ଦୁଇଟି ପୋଡ଼ି ଯାଇଥିବା ବେଳେ ବିଧାୟକଙ୍କ ଗାଡ଼ି ଅଳ୍ପକେ ଭର୍ତ୍ତି ଯାଇଛି। ତେବେ କିଏ ନିଆଁ ଲଗାଇଲା, ତାହା ଜଣାପଡ଼ି ନାହିଁ। କନ୍ଧମାଳ ଏସ୍‌ପି ହରିଶ ବି. ସି ସର୍କିଟ୍‌ ହାଉସ୍‌ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

Advertisment

ରିପୋର୍ଟ- ରିପୋର୍ଟ- ତ୍ରିନାଥ ସାହୁ

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe