Advertisment

ସ୍ୱାମୀଙ୍କ ଶିକ୍ଷୟିତ୍ରୀ ପ୍ରେମିକାଙ୍କୁ ରାସ୍ତାରେ ପିଟିଲେ ମହିଳା, ଭିଡିଓ ଭାଇରାଲ୍‌

ଗେହ୍ଲାମଣୀଙ୍କ କହିବା ଅନୁସାରେ ଭରଣପୋଷଣ ଦେବା ପାଇଁ କୋର୍ଟ କହିଥିଲେ। ହେଲେ ସ୍ମୃତି ଭରଣପୋଷଣ ଦେଉନଥିଲେ। ସେ ଅନ୍ୟ ଜଣେ ମହିଳାଙ୍କ ପ୍ରେମ ପଡ଼ିଥିବା ଗେହ୍ଲାମଣୀ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ସ୍ମୃତି ତାଙ୍କ ପାଖକୁ ଆସୁନଥିଲେ କି ଭରଣପୋଷଣ ଦେଉନଥିଲେ।

Jajpur

Jajpur

Advertisment

ପ୍ରେମିକାଙ୍କ ସହ ରହୁଥିଲେ ସ୍ୱାମୀ। ଏ ସମ୍ପର୍କରେ ଜାଣିପାରି ସ୍କୁଲରେ ପହଞ୍ଚିଥିଲେ ମହିଳା। ଆଉ ସ୍ୱାମୀଙ୍କ ଶିକ୍ଷୟିତ୍ରୀ ପ୍ରେମିକାଙ୍କୁ ବହେ ପିଟିଲେ। ବିଚ୍‌ ରାସ୍ତାରେ ମହିଳାଙ୍କ ବେକରେ ଲୁଗା ପକାଇ ଘୋଷାଡ଼ି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଭାଇରାଲ୍‌ ହେଉଛି। ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଏପରି ଅଭିଯୋଗ ଆସିଛି ଯାଜପୁର ସଦର ଥାନା ଅଞ୍ଚଳରୁ।

Advertisment

ଯାଜପୁର ଟାଉନ୍‌ ଥାନା ଅଞ୍ଚଳର ସ୍ମୃତି ରଞ୍ଜନ ବେହେରା। ସେ କିରାଣୀ ଭାବେ ଚାକିରି କରନ୍ତି। ଗେହ୍ଲାମଣୀଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କ ଔରଷରୁ ଗୋଟିଏ ଝିଅ ଅଛି। ହେଲେ ଗତ ୩ ବର୍ଷ ହେଲା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀ ଅଲଗା ଅଲଗା ରହୁଥିଲେ। ଏଥିସହ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରାଧୀନ ରହିଛି।

ଗେହ୍ଲାମଣୀଙ୍କ କହିବା ଅନୁସାରେ ଭରଣପୋଷଣ ଦେବା ପାଇଁ କୋର୍ଟ କହିଥିଲେ। ହେଲେ ସ୍ମୃତି ଭରଣପୋଷଣ ଦେଉନଥିଲେ। ସେ ଅନ୍ୟ ଜଣେ ମହିଳାଙ୍କ ପ୍ରେମ ପଡ଼ିଥିବା ଗେହ୍ଲାମଣୀ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ସ୍ମୃତି ତାଙ୍କ ପାଖକୁ ଆସୁନଥିଲେ କି ଭରଣପୋଷଣ ଦେଉନଥିଲେ। ସେପଟେ ସ୍ମୃତି କୁଆଡ଼େ ତାଙ୍କ ଶିକ୍ଷୟିତ୍ରୀ ପ୍ରେମିକା ରଞ୍ଜୁ(ଛଦ୍ମନାମ)ଙ୍କ ଭଡ଼ା ଘରକୁ ରହୁଥିବା ଅଭିଯୋଗ ହୋଇଛି।

Advertisment

ଆଜି ଗେହ୍ଲାମଣୀ ସ୍ୱାମୀଙ୍କୁ ଖୋଜି ଖୋଜି ନୂଆଗାଁ ପ୍ରାଥମିକ ସ୍କୁଲରେ ପହଞ୍ଚିଥିଲେ। ସେଠାରେ ରଞ୍ଜୁଙ୍କୁ ଦେଖାବାକୁ ପାଇଥିଲେ। ଆଉ ସ୍ୱାମୀଙ୍କ ସମ୍ପର୍କରେ ପଚାରିଥିଲେ। ଏହାକୁ ନେଇ ଗେହ୍ଲାମଣୀ ଓ ରଞ୍ଜୁଙ୍କ ମଧ୍ୟ ପାଣିତୁଣ୍ଡ ହୋଇଥିଲା। ତା’ପରେ ଠେଲାପେଲା ଓ ମାରପିଟ୍‌ ହୋଇଥିଲା। ରଞ୍ଜୁ ବେକରେ ପକାଇଥିବା ଓନିକୁ ଧରି ପ୍ରବଳ ମାଡ଼ ମାରିଥିଲେ ଗେହ୍ଲାମଣୀ। ପରେ ନିର୍ଧୁମ ଛେଚିଥିଲେ। ଯେଉଁଥିପାଇଁ ଗୁରୁତର ଆହତ ହୋଇଥିଲେ ରଞ୍ଜୁ।

ଗେହ୍ଲାମଣୀ ଓ ରଞ୍ଜୁଙ୍କ ଏ ମାରପିଟ୍‌ ଦୃଶ୍ୟ ଦେଖି ଗାଁ ଲୋକେ ହତବାକ୍‌। ପ୍ରଥମେ ତ କିଛି ବୁଝି ପାରିନଥିଲେ। ଦେଖଣାହାରି ସାଜିଲେ। ଦୁଇ ମହିଳାଙ୍କ ମାରପିଟ୍‌କୁ ଉପଭୋଗ କରିଥିଲେ। ଗଣ୍ଡଗୋଳ ଅଣାୟତ ହେଉଥିବା ଦେଖି ଗାଁ ଲୋକେ ହସ୍ତକ୍ଷେପ କରିଥିଲେ। ପରେ ଦୁଇ ମହିଳା ଗାଁ ଛାଡ଼ିଥିଲେ। ଗେହ୍ଲାମଣୀ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେପଟେ ଗେହ୍ଲାମଣୀଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ଶିକ୍ଷୟିତ୍ରୀ ରକ୍ତାକ୍ତ ହୋଇ ଥାନାରେ ପହଞ୍ଚିଥିଲେ। ସେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ପ୍ରଥମେ ଶିକ୍ଷୟିତ୍ରୀଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଏଥିସହ ଦୁଇ ପକ୍ଷଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍‌ ଦୁଇ ମହିଳାଙ୍କୁ କିଛି ସମୟ ପାଇଁ ଅଟକ ରଖି ଛାଡ଼ି ଦେଇଥିବା ଜଣାପଡ଼ିଛି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe