Advertisment

କୁଜଙ୍ଗରେ ଡବଲ ମର୍ଡର; ଖଣ୍ଡା ଚୋଟରେ ୨ ମହିଳା ମୃତ

ଏହି ଦୁଇ ଜଣ ମହିଳା ନିଜ ନିଜ ଘରେ କାର୍ଯ୍ୟରେ ବସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ।

ଅଦ୍ୟତନ ହୋଇଛି
Dead Woman

Dead Woman

Advertisment

ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ରବିବାର ହୋଇଛି ଡବଲ ମର୍ଡର। ୨ ଜଣ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। କୁଜଙ୍ଗ ଏକ୍ସପ୍ରେସ ୱେ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତକୁ ପୁଲିସ ଅଟକ ରଖିଛି।

Advertisment

ମୃତ ମହିଳା ଦ୍ୱୟ ହେଉଛନ୍ତି ସୁମିତ୍ରା ଭୋଳ ଓ ସାଗରିକା ମଲ୍ଲ। ସେମାନେ ଗୋଟିଏ ପରିବାରର ନୁହନ୍ତି। ତେବେ ସେମାନେ ପଡ଼ୋଶୀ। ଅଭିଯୁକ୍ତଙ୍କ ନାଁ ଜ୍ୟୋତିପ୍ରକାଶ ନାଥ। ତାଙ୍କ ଘର କୁଜଙ୍ଗ ଜଗନ୍ନାଥପୁର ଗାଁରେ।

ଆଜି ସକାଳେ ଜ୍ୟୋତିପ୍ରକାଶ ଏକ୍ସପ୍ରେସ ୱେ କଲୋନୀରେ ରାସ୍ତାରେ ପାଟତୁଣ୍ଡ କରୁଥିବା ବେଳେ ସୁମିତ୍ର ଭୋଳ ତାଙ୍କ ଘରର ଫାଟକ ବନ୍ଦ କରୁଥିଲେ। ସେତିକି ବେଳେ ଜ୍ୟୋତିପ୍ରକାଶ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲା। ସୁମିତ୍ରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହା ପରେ ପାଖ ଘରୁ ସାଗରିକା ମଲ୍ଲ ଫୁଲ ତୋଳିବା ପାଇଁ ବାହାରୁଥିବା ବେଳେ ଜ୍ୟୋତିପ୍ରକାଶ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲା। ଜ୍ୟୋତିପ୍ରକାଶଙ୍କୁ ସାଗରିକାଙ୍କ ସ୍ୱାମୀ ଓ ପୁଅ ମାଡ଼ିବସି କାବୁ କରିଥିଲେ। 

Advertisment

ସାଗରିକାଙ୍କୁ ଗୁରୁତର ଅବସ୍ଥାରେ କୁଜଙ୍ଗ ହସପିଟାଲ ନିଆ ଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସେହିପରି ଅଭିଯୁକ୍ତ ଜ୍ୟୋତିପ୍ରକାଶଙ୍କୁ କାବୁ କଲା ବେଳେ ତାଙ୍କ ଖଣ୍ଡା ଚୋଟରେ ସାଗରିକାଙ୍କ ପୁଅଙ୍କ ବାମ ହାତର ଦୁଇଟି ଆଙ୍ଗୁଠି କଟି ଯାଇଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।  

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ନିଶାସକ୍ତ ଅବସ୍ଥାରେ ଉକ୍ତ ଯୁବକ ଜଣଙ୍କ ଏମିତି ଏକ କାଣ୍ଡ ଘଟାଇ ଦେଇଛନ୍ତି। ଏହି ଯୁବକ ଜଣଙ୍କ ଦୁଇ-ତିନି ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଥିଲେ। ସେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିଲେ ଓ ଗାଳିଗୁଲଜ କରୁଥିଲେ। କିନ୍ତୁ ଆଜି ସକାଳେ ତା’ ଉତ୍ପାତ ବଢ଼ି ଯାଇଥିଲା। ସେ ଏକ ଖଣ୍ଡାଧରି ରାସ୍ତାରେ ଗାଳିଗୁଲଜ କରୁଥିଲେ। ଆଉ ହଠାତ୍ ଉକ୍ତ ଦୁଇ ମହିଳାଙ୍କ ଘରେ ପଶି ସେମାନଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। 

ପାରାଦୀପରୁ ରମାକାନ୍ତ ନାୟକଙ୍କ ରିପୋର୍ଟ

Murder Crime Paradeep Port
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe