Advertisment

ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୟୁସି ଚେୟାରମ୍ୟାନଙ୍କ ସମେତ 7 ମୃତ

ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ୟୁନିୟନ କାଉନସିଲର ଚେୟାରମ୍ୟାନଙ୍କ ସମେତ 7 ମୃତ।

ଅଦ୍ୟତନ ହୋଇଛି
Representative Picture

Representative Picture

Advertisment

ପାକିସ୍ତାନରେ ଲ୍ୟାଣ୍ଡମାଇନ ବିସ୍ଫୋରଣ। ୟୁନିୟନ କାଉନସିଲର ଚେୟାରମ୍ୟାନଙ୍କ ସମେତ 7 ମୃତ। ଗତକାଲି ବିଳମ୍ୱିତ ରାତିରେ ବଲୁଚିସ୍ତାନର ପଞ୍ଜଗୁର ଜିଲ୍ଲାରେ ଘଟିଛି ଏହି ବିସ୍ଫୋରଣ। ୟୁସି ଚେୟାରମ୍ୟାନଙ୍କୁ ଟାର୍ଗେଟ କରି ବିସ୍ଫୋରଣ ଘଟିଥିବା ସୂଚନା।

Advertisment

ପଞ୍ଜଗୁରର ଡେପୁଟି କମିଶନର ଅମଜାଦ ସୋମ୍ରୋଙ୍କ କହିବା ଅନୁସାରେ, 'ବଲଗତାର ୟୁସି ଚେୟାରମ୍ୟାନ୍ ଇସ୍ତିଆକ୍ ୟାକୁବ ଏବଂ ଅନ୍ୟ କେତେ ଜଣ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ। ଏହି ସମୟରେ ବିଳମ୍ୱିତ ରାତିରେ ଗାଡିକୁ ଟାର୍ଗେଟ କରାଯାଇଥିଲା। ଗାଡିଟି ବଲଗତାର ଅଞ୍ଚଳରେ ଥିବା ଏକ ବଜାରରେ ପହଞ୍ଚିବା କ୍ଷଣି ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏଥିରେ ୟୁସି ଅଧ୍ୟକ୍ଷଙ୍କ ସମେତ 7 ଜଣଙ୍କର ମୃତ୍ୟୁ ଘଟିଛି।'

ଚେୟାରମ୍ୟାନଙ୍କ ବ୍ୟତୀତ ଅନ୍ୟ ମୃତ ବ୍ୟକ୍ତିମାନେ ହେଉଛନ୍ତି, ମହମ୍ମଦ ୟାକୁବ, ଇବ୍ରାହିମ, ୱାଜିଦ, ଫିଦା ହୁସେନ୍, ସର୍ଫରାଜ ଏବଂ ହାଇଦର। ପ୍ରାଥମିକ ପର୍ଯ୍ୟାୟରେ ସମସ୍ତଙ୍କ ପରିଚୟ ମିଳିପାରି ନଥିଲା। ହସ୍ପିଟାଲରେ 4 ଜଣଙ୍କ ପରିଚୟ ମିଳିଥିବା ଅମଜାଦ କହିଛନ୍ତି। ସେପ୍ଟେମ୍ବର 2014 ରେ ମଧ୍ୟ ଇଶାକ ବଲଗୋତ୍ରିଙ୍କ ପିତା ୟାକୁବ ବଲଗୋତ୍ରି ଏବଂ ତାଙ୍କର 10 ଜଣ ସହଯୋଗୀଙ୍କ ଏହି ଅଞ୍ଚଳରେ ମୃତ୍ୟୁ ଘଟିଥିଲା। ସେମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଉକ୍ତ ସଂଗଠନର ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଥିବା ଏକ୍ସପ୍ରେସ ଟ୍ରିବ୍ୟୁନ୍ ରିପୋର୍ଟ କରିଛି। 

Advertisment
International News Landmine Blast In Pakistan Pakistan Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe