Advertisment

ନୁହ ଗୋଷ୍ଠୀ ସଂଘର୍ଷ ଘଟଣା; ବନ୍ଧା ହେଲେ କଂଗ୍ରେସ ବିଧାୟକ

ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଇବା ଅଭିଯୋଗରେ ହରିୟାଣାର ଫିରୋଜପୁରର କଂଗ୍ରେସ ବିଧାୟକ ମହମ୍ମଦ ଖାନଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ପୁଲିସ୍‌ ।

ଅଦ୍ୟତନ ହୋଇଛି
Arrest

Arrest

Advertisment

ହରିୟାଣାର ନୁହରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ । ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଇବା ଅଭିଯୋଗରେ ହରିୟାଣାର ଫିରୋଜପୁରର କଂଗ୍ରେସ ବିଧାୟକ ମମ୍ମନ ଖାନଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ପୁଲିସ୍‌ ।

Advertisment

ମମ୍ମନ ଖାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ, ଫୋନ୍‌ କଲ ରେକର୍ଡ ଆଦି ଥିବା କୋର୍ଟ ସମ୍ମୁଖରେ ପୁଲିସ୍‌ କହିଥିବା ବେଳେ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି ବିଧାୟକଜଣକ । ଏପରିକି ଆଗୁଆ ଜାମିନ ପାଇଁ ସେ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେଠାରୁ ମଧ୍ୟ ଆଶ୍ୱସ୍ତି ପାଇ ପାରି ନାହାନ୍ତି। ଏହି ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଛି।

ଏହି ମାମଲାରେ ତାଙ୍କୁ ଫସା ଯାଇଥିବା ବେଳେ ଘଟଣା ଦିନ ସେ ନୁହରେ ଉପସ୍ଥିତ ନ ଥିବା କହିଛନ୍ତି ବିଧାୟକଜଣକ । ବିଧାୟକଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି।

Advertisment

ଏହି ମାମଲାରେ ହାଜର ହେବାକୁ ପୂର୍ବରୁ ଦୁଇ ଥର ବିଧାୟକ ମମ୍ମନ ଖାନଙ୍କୁ ସମନ କରାଯାଇଥିବା ବେଳେ ଅସୁସ୍ଥତା ବାହାନା କରି ସେ ପୁଲିସ୍‌ ସମ୍ମୁଖରେ ହାଜର ହୋଇ ନ ଥିଲେ।

ଏଥିସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ SIT ଦ୍ୱାରା ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ ସହ ଆଇଜି ରାଙ୍କର ଅଧିକାରୀ ଏହାର ତଦନ୍ତ କରିବାକୁ ସେ ହରିୟାଣା ହାଇକୋର୍ଟରେ ଆବେଦନ କରିଛନ୍ତି।

କଂଗ୍ରେସ ବିଧାୟକ ମମ୍ମନ ଖାନଙ୍କ ଗିରଫଦାରୀ ପରେ ପୁଣି ଥରେ ଦଙ୍ଗା ସୃଷ୍ଟି ହେବା ଆଶଙ୍କା କରି ହରିୟାଣାରେ ୨ ଦିନ ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନୁହରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଶୁକ୍ରବାର ମସଜିଦ ନ ଯାଇ ଘରେ ପ୍ରାର୍ଥନା କରିବାକୁ ମୁସଲିମ୍‌ ସମ୍ପ୍ରଦାୟ ବ୍ୟକ୍ତିଙ୍କୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।

ଜୁଲାଇ ୩୧ରେ ନୁହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବା ପରେ ପ୍ରଶାସନ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ସ୍ଥଗିତ ରଖିଥିଲା। ଏହି ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଗର୍ଷ ଘଟି ୬ ଜଣଙ୍କର ଜୀବନ ଯାଇଥିଲା। ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ବି କରିଥିଲେ।  ଦୁଇ ଗୋଷ୍ଠୀ ପଥର ମାଡ କରିବା ସହ କାରରେ ମଧ୍ୟ ନିଆଁ ଲାଗାଇ ଦେଇଥିଲେ। ହିଂସାକାଣ୍ଡ ଅନ୍ୟ ଅଞ୍ଚଳ ସମେତ ପାଖ ରାଜ୍ୟକୁ ମଧ୍ୟ ବ୍ୟାପିଥିଲା। ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।   

Communal Violence Haryana News Nuh Communal Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe