Advertisment

ରକ୍ତ ଜୁଡୁବୁଡୁ ହୋଇ ଦୁଷ୍କର୍ମ ପୀଡିତା ଦୁଆର ଦୁଆର ବୁଲିବା ଘଟଣା, ଅଟୋ ଡ୍ରାଇଭର ଗିରଫ

ଅଟୋ ଡ୍ରାଇଭରକୁ ଗିରଫ କରିବା ସହ ଅଟୋକୁ ଜବତ କରିଛି ପୁସିସ। ସେଥିରେ ରକ୍ତ ଲାଗିଥିବାରୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି।

author-image
Debibandita Barick
Incident CCTV Footage

Incident CCTV Footage

ମଧ୍ୟପ୍ରଦେଶର ଉଜୈନରେ ଦୁଷ୍କର୍ମ ପରେ ନାବାଳିକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଆର ଦୁଆର ବୁଲି ସାହାଯ୍ୟ ମାଗିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଗିରଫ। ଅନ୍ୟ ତିନି ଜଣଙ୍କୁ ଅଟକ ରଖିଛି ପୁଲିସ। ଗିରଫ ଅଟୋ ଡ୍ରାଇଭର ଗାଡିରେ ନାବାଳିକା ଜଣକ ଖେରୀରୁ ଆସୁଥିବା ପୁଲିସ କହିଛି।

Advertisment

ପୁଲିସ କହିବା ଅନୁସାରେ, ନାବାଳିକା ଜଣକ ଗାଡିରେ ବସିବାର ସିସିଟିଭି ଭିଡିଓ କଏଦ ହୋଇଛି। ଭିଡିଓ ଆଧାରରେ ଅଟୋକୁ ମଧ୍ୟ ଜବତ କରାଯାଇଛି। ସେଥିରେ ରକ୍ତ ଲାଗିଥିବାରୁ ଏହାକୁ ଫୋରେନସିକ୍ ଲ୍ୟାବକୁ ପଠାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ, ଗିରଫ ଅଟୋ ଡ୍ରାଇଭର 38 ବର୍ଷିୟ ରାକେଶ ବୋଲି ଜଣାପଡିଛି। ଅଟକ ଥିବା ଲୋକଙ୍କ ପରିଚୟ ମିଳିପାରି ନଥିବା ପୁଲିସ କହିଛି।

ଗତକାଲି ଉଜୈନରେ ଏହି ଘଟଣା ଘଟିଥିଲା। ଜଣେ 12 ବର୍ଷର ଦୁଷ୍କର୍ମ ପୀଡିତା ନାବାଳିକା ସାହାଯ୍ୟ ପାଇଁ ଘରକୁ ଘର ବୁଲୁଥିଲେ। ତାଙ୍କ ଶରୀରରୁ ରକ୍ତସ୍ରାବ ହେବା ସହ ଦେହରେ କପଡା ମଧ୍ୟ ନଥିଲା। କିନ୍ତୁ କୌଣସି ବ୍ଯକ୍ତି ତାଙ୍କୁ ସାହାଯ୍ୟ କରିନଥିଲେ। ସିସିଟିଭି ଫୁଟେଜ ମାଧ୍ୟମରେ ଏହି ସମୟର ଭିଡିଓ ସାମ୍ନାକୁ ଆସିଥିଲା।

Advertisment

ଶେଷରେ ଏକ ଆଶ୍ରମରେ ନାବାଳିକା ପହଞ୍ଚିବା ପରେ ଜଣେ ସାଧୁ ତାଙ୍କ ଉପରେ ଚାଦର ଘୋଡାଇ ଦେଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସ୍ପଷ୍ଟ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ନାବାଳିକା ଜଣକ ସାମାନ୍ୟ ମାନସିକ ବିକାରଗ୍ରସ୍ତ। ପୁଲିସ ଏନେଇ ନିଜ ଆଡୁ ମାମଲା ରୁଜୁ କରି ଏସଆଇଟି ଟିମ୍ ଗଠନ କରିବା ସହ ଗତକାଲି କିଛି ଜଣଙ୍କୁ ଅଟକ ରଖିଥିଲା। ଆଜି ମାମଲାରେ ସମ୍ପୃକ୍ତ ଜଣେ ଅଟୋ ଡ୍ରାଇଭରକୁ ଗିରଫ କରିଛି। 

Ujjain Rape Crime News MP Crime MP Rape Case