Advertisment

ନଫେ ସିଂହ ରାଠୀ ହତ୍ୟା ମାମଲା: ବିଦେଶୀ ଲିଙ୍କ୍ ଥିବା ସନ୍ଦେହ, ଆଉ ୩ ଜଣଙ୍କ ନାଁରେ FIR

ମାମଲା ରୁଜୁ ହୋଇଥିବା ତିନି ଜଣ ବ୍ୟକ୍ତି ଦୁଇଟି ରାଜନୈତିକ ଦଳର ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
Nafe Singh Rathee

Nafe Singh Rathee

Advertisment

ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିଆଣା ମୁଖ୍ୟ ନଫେ ସିଂହ ରାଠୀ ହତ୍ୟା ମାମଲାରେ ଆଉ ତିନି ଜଣଙ୍କ ନାଁରେ ଏଫଆଇଆର ପଞ୍ଜିକୃତ କଲା ପୁଲିସ। ମାମଲା ରୁଜୁ ହୋଇଥିବା ତିନି ଜଣ ବ୍ୟକ୍ତି ଦୁଇଟି ରାଜନୈତିକ ଦଳର ବୋଲି କୁହାଯାଇଛି। ସେମାନେ ହେଉଛନ୍ତି ବିରେନ୍ଦ୍ର ରାଠୀ, ସନ୍ଦୀପ ରାଠୀ ଏବଂ ରାଜପାଲ ଶର୍ମା। 

Advertisment

ହରିଆଣା ପୁଲିସ ସନ୍ଦେହ କରୁଛି ଯେ, ବିଦେଶରେ ଥିବା ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରର ସୁଟରମାନେ ନଫେ ସିଂହଙ୍କ ହତ୍ୟାରେ ସମ୍ପୃକ୍ତ ଥାଇପାରନ୍ତି। ବ୍ରିଟେନରେ ଥିବା ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର କିଛି ମାସ ପୂର୍ବରୁ ଦିଲ୍ଲୀରେ ଜଣେ ବିଜେପି ନେତାଙ୍କ ହତ୍ୟା କରାଇଥିଲା। ଆଜି ତିହାର ଜେଲରେ ଥିବା ଏହି ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟରର ଜଣେ ସହଯୋଗୀକୁ ପରଚାଉଚରା କରିବ ପୁଲିସ। 

ଏହାପୂର୍ବରୁ ହରିଆଣା ପୁଲିସ ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ସନ୍ଦୀପ ଛଦ୍ମନାମ କଲା ଜଠେଡିକୁ ପଚରାଉଚରା କରିଥିଲା। କିନ୍ତୁ ସେ ଏ ମାମଲା ବାବଦରେ ଜାଣିନଥିବା କହିଛି। ହରିଆଣା ପୁଲିସ ହାତରେ ଏପରି କିଛି ପ୍ରମାଣ ଲାଗିଛି, ଯେଉଁଥିପାଇଁ ରାଠୀଙ୍କ ହତ୍ୟା ମାମଲାରେ ୟୁକେ ଲିଙ୍କ୍ ଥିବା ସନ୍ଦେହ କରୁଛି। 

Advertisment

ପୁଲିସ ଏହି ମାମଲାରେ ମୋଟ ୧୨ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି। ମାମଲାରେ ବିଜେପି ନେତାଙ୍କ ପୁଅ, ଭାଇ ଏବଂ ଅନ୍ୟ ସମ୍ପର୍କୀୟଙ୍କ ନାମ ମଧ୍ୟ ଅଭିଯୁକ୍ତଙ୍କ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। 

ରବିବାର ରାଠୀ ଏକ ଏସୟୁଭି ଗାଡିରେ ଯିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ମାଡ଼ ହୋଇଥିଲା। ଏହି ଗୁଳି ମାଡ଼ ବାହାଦୁରଗଡ ନିକଟରେ ହୋଇଥିଲେ। ଏଥିରେ ରାଠୀଙ୍କ ସମେତ ଅନ୍ୟ ଜଣେ  ଦଳୀୟ କର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏଥିସହ ଅନେକ ସୁରକ୍ଷା କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ପୁଲିସ ମାମଲା ଉପରେ ତିକ୍ଷ୍ଣ ନଜର ରଖିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe