Advertisment

ସହି ହେଲାନି ଦାଦା-ଖୁଡିଙ୍କ ମାଡ଼ଗାଳି; ଝୁଲି ପଡ଼ିଲେ ଦୁଇ ଭଉଣୀ

ପିତାମାତା ଘରେ ଅନୁପସ୍ଥିତ ଥିବା ବେଳେ ଦାଦା- ଖୁଡ଼ି ସାମାନ୍ୟ କାରଣରୁ ଅସହ୍ୟ ପିଟିବା ସହ ଗାଳିଗୁଲଜ କରିବାରୁ ବେକରେ ରଶି ଦେଇ ଝୁଲି ପଡ଼ିଲେ ଦୁଇ ଭଉଣୀ।

author-image
Niharika Rout
Spot

Spot

ଘରୋଇ କଳହର ସାଂଘାତିକ ରୂପ ଦେଖିବାକୁ ମିଳିଛି ବିହାରର ସମସ୍ତିପୁର ଅଞ୍ଚଳରେ । ପିତାମାତା ଘରେ ଅନୁପସ୍ଥିତ ଥିବା ବେଳେ ଦାଦା- ଖୁଡ଼ି ସାମାନ୍ୟ କାରଣରୁ ଅସହ୍ୟ ପିଟିବା ସହ ଗାଳିଗୁଲଜ କରିବାରୁ ବେକରେ ରଶି ଦେଇ ଝୁଲି ପଡ଼ିଲେ ଦୁଇ ଭଉଣୀ। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ସମସ୍ତିପୁରର ଅମ୍ବେଦକର ନଗରରେ ଘଟିଇଛି।

Advertisment

ମୃତ ଯୁବତୀ ହେଲେ ୧୮ ବର୍ଷୀୟା ଖୁସି କୁମାରୀ। ଆତ୍ମହତ୍ୟା ଉଦ୍ୟମ କରି ତାଙ୍କ ବଡ଼ ଭଉଣୀ ଶାଲୁ କୁମାରୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତା ଯୁବତୀ ୫ ଭଉଣୀ ହୋଇଥିବା ବେଳେ ସେମାନଙ୍କର ୨ ଭାଇ ଅଛନ୍ତି। ପିତା ଗାଁରେ ଏକ ତେଜରାତି ଦୋକାନ କରିଛନ୍ତି। ବଡ଼ ଭଉଣୀଙ୍କ ବିବାହ ହୋଇ ସାରିଥିବା ବେଳେ ଗାଁରେ ଦୁଇ ଭଉଣୀ ରୁହନ୍ତି। ସେମାନଙ୍କ ମା’ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ସହ ଅନ୍ୟ ପିଲାମାନେ ରୁହନ୍ତି।

ଗତକାଲି ସକାଳେ ମୃତା ଯୁବତୀଙ୍କ ପିତା ଦିଲ୍ଲୀ ଯାଇଥିଲେ। ଘରେ ସେ ଓ ତାଙ୍କ ଭଉଣୀ ଥିବା ବେଳେ ଦାଦା ଝିଅଙ୍କ ସହ କୌଣସି କାରଣରୁ ତାଙ୍କର ପାଟିଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ଦାଦା- ଖୁଡି ଉଭୟଙ୍କୁ ନିର୍ଧୂମ ପିଟିବା ସହ ପ୍ରବଳ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ଭଉଣୀ ମାନସିକ ଆଘାତ ପାଇଥିବା ବେଳେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏହାପରେ ଦୁଇ ଭଉଣୀ ନିଜ ରୁମ୍‌ରେ ଥିବା ପଙ୍ଖାରେ ଝୁଲି ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ପହଞ୍ଚି ତୁରନ୍ତ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଖୁସିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ସାରିଥିବା ବେଳେ ଶାଲୁ କୁମାରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ପଡ଼ିଛନ୍ତି।

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତାଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଥିବା ବେଳେ ସେମାନେ ଗାଁରେ ପହଞ୍ଚି ଥିବା ଜଣାଯାଇଛି। ଏହି ଘଟଣାରେ ପୁଲିସ୍‌ କାହାକୁ ଗିରଫ କରି ନାହିଁ।

Suicide Bihar Torture;