Advertisment

କକା-ପୁତୁରାଙ୍କୁ ଆଜୀବନ କାରାଦଣ୍ଡାଦେଶ

୨୦୧୪ ମସିହା ଏପ୍ରିଲ ୨୦ ତାରିଖ ରାତିରେ ଚୁଲିଫୁଙ୍କା ଗାଁର ସନ୍ତୋଷ ପୁଟେଲଙ୍କୁ ହତ୍ୟା କରିଥିଲେ ନିରାକାର ଓ ମଣିଚନ୍ଦ୍ର।

ଅଦ୍ୟତନ ହୋଇଛି
Accused

Accused

Advertisment

୨୦୧୪ ମସିହାରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ନିରାକାର ପୁଟେଲ ଓ ତାଙ୍କ ପୁତୁରା ମଣିଚନ୍ଦ୍ର ପୁଟେଲଙ୍କୁ ଆଜୀବନ କାରାଦାଣ୍ଡାଦେଶ ଦେଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ। ଏହା ସହିତ ସେମାନଙ୍କ ଉପରେ ୨୦ ହଜାର ଟଙ୍କା ଲେଖାଏଁ ଜୋରିମାନା ପକାଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ନ ଦେଲେ ସେମାନଙ୍କୁ ଅଧିକ ୨ ବର୍ଷ ଜେଲ୍‌ରେ ରହିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

Advertisment

୨୦୧୪ ମସିହା ଏପ୍ରିଲ ୨୦ ତାରିଖ ରାତିରେ ଚୁଲିଫୁଙ୍କା ଗାଁର ସନ୍ତୋଷ ପୁଟେଲଙ୍କୁ ହତ୍ୟା କରିଥିଲେ ନିରାକାର ଓ ମଣିଚନ୍ଦ୍ର। ସନ୍ତୋଷ ଘର ବାହାରେ ଶୋଇଥିବା ବେଳେ ଏହି ଦୁଇ ଜଣ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ତା’ପର ଦିନ ସନ୍ତୋଷଙ୍କ ବାପା ଚିନ୍ତାମଣି ପୁଟେଲ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ଜାଣିବାକୁ ପାଇଲା। ସେହି ବର୍ଷ ମେ’ ୯ ତାରିଖରେ ବଙ୍ଗୋମୁଣ୍ଡା ପୁଲିସ ନିରାକାର ଓ ତାଙ୍କ ପୁତୁରା ମଣିଚନ୍ଦ୍ରଙ୍କୁ ଗିରଫ କରିଥିଲା।

Advertisment

ନିରାକାର ହେଉଛନ୍ତି ମୃତ ସନ୍ତୋଷ ପୁଟେଲଙ୍କ ସମ୍ପର୍କୀୟ କକା। ସେହିପରି ମଣିଚନ୍ଦ୍ର ହେଉଛନ୍ତି ତାଙ୍କର ସମ୍ପର୍କୀୟ ଭାଇ।

କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀଙ୍କ ରିପୋର୍ଟ

Murder Life Imprisonment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe