/odisha-reporter/media/post_attachments/uploadimage/library/16_9/16_9_0/Murder_1719837530.jpg)
Murder
ଜମିଜମା ପାଇଁ ପୁତୁରାକୁ ଦାଦା ଓ ଖୁଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଅଏଁଲାସାରି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସମୀର ଭୋଇ। ହତ୍ୟାକାଣ୍ଡ ପରେ ଦାଦା କାଳିଆ ଭୋଇ ଓ ତାଙ୍କ ସ୍ତ୍ରୀ ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି।
Advertisment
ଜମିବାଡ଼ିକୁ ନେଇ ସମୀର ଓ ତାଙ୍କ ଦାଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ଦାଦା ଓ ସମୀରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ କାଳିଆଙ୍କ ପୁଅ ଟାଙ୍ଗିଆ ଆଣି ସମୀରଙ୍କୁ ଚୋଟ ପକାଇଥିଲା। ସମୀର ତଳେ ପଡ଼ିଯାଇଥିଲେ। କାଳିଆ ଓ ତାଙ୍କ ସ୍ତ୍ରୀ ସମୀରଙ୍କୁ ହାଣି ହତ୍ୟା କରିଥିଲେ।
ହତ୍ୟାକାଣ୍ଡ ପରେ ଦାଦା ଓ ଖୁଡ଼ି ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ। ହେଲେ କାଳିଆର ପୁଅ ପୁଅ ଦୀପକ ଫେରାର ହୋଇଯାଇଥିଲା। ଘଟଣା ସଂପର୍କରେ ଖବର ପାଇ ପୁଲିସ ପହଞ୍ଚିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
