Advertisment

ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା କକା

ମୁଗୁନାଙ୍କ ବଡ଼ ପୁଅର ସ୍ତ୍ରୀ ସହିତ ପ୍ରଶାନ୍ତଙ୍କର ଅନୈତିକ ସମ୍ପର୍କ ଥିବା ସହେହ କରୁଥିଲେ।

ଅଦ୍ୟତନ ହୋଇଛି
murder

murder

Advertisment

ପୁତୁରା ରକ୍ତରେ ହୋଲି ଖେଳିଲା କକା। ପୁତୁରା ଘରେ ଶୋଇଥିବା ବେଳେ କକା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ସଦର ଥାନା ଲାବେନଶ୍ୱର ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ପ୍ରଶାନ୍ତ ମାଝୀ(୨୦)। ପୁଲିସ ଅଭିଯୁକ୍ତ କକା ମୁଗୁନା ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ମୁଗୁନାଙ୍କ ବଡ଼ ପୁଅର ସ୍ତ୍ରୀ ସହିତ ପ୍ରଶାନ୍ତଙ୍କର ଅନୈତିକ ସମ୍ପର୍କ ଥିବା ସହେହ କରୁଥିଲେ। ଏନେଇ ପ୍ରଶାନ୍ତଙ୍କ ସହ ମୁଗୁନାଙ୍କର ପୂର୍ବରୁ ଝଗଡ଼ା ହୋଇଥିଲା। ଗତକାଲି ପ୍ରଶାନ୍ତ ଘରେ ଶୋଇଥିବା ବେଳେ ମୁଗୁନା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

ପରିବାର ଲୋକେ ପାଟି ଶୁଣି ଦୌଡ଼ି ଆସିଥିଲେ। ମୁଗୁନୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛ।

Advertisment
Kalahandi Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe