Advertisment

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

ମୃତ ବିଚାରାଧୀନ କଏଦୀଙ୍କୁ ୨୧ ବର୍ଷ ହୋଇଥିଲା।

Baripada Jail

Baripada Jail

Advertisment

ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ କଏଦୀଙ୍କ ନାଁ ରବି ସିଂ। ତାଙ୍କୁ ୨୧ ବର୍ଷ ହୋଇଥିଲା।

Advertisment

ରବିଙ୍କ ଘର ବାରିପଦା ସଦର ଥାନା ଅନ୍ତର୍ଗତ ମହୁଲିଆ ଗାଁରେ। ସେ ଗତ ୨୦ ତାରିଖରେ ଗିରଫ ହୋଇ ବାରିପଦା ମଣ୍ଡଳ କାରାଗାରକୁ ଆସିଥିଲେ। ବେଆଇନ ମଦ କାରବାର ମାମଲାରେ ସେ ଗିରଫ ହୋଇଥିଲେ।

ଗତକାଲି ସନ୍ଧ୍ୟାରେ ରବି ଜେଲ୍‌ରେ ଲୁହା ରେଲିଂ କବାଟରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ।

Advertisment

ଜେଲ୍ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ରବି ସିଂ ଜେଲ୍‌ ଆସିବା ଦିନଠାରୁ ଚିନ୍ତିତ ରହୁଥିଲେ। ଏନେଇ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଥିଲା।

ବାରିପଦାରୁ ମାନିକ୍ ଲାଲ୍ ପାଣିଙ୍କ ରିପୋର୍ଟ

Jail Death In Jail Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe