Advertisment

ଝାରପଡ଼ା ଜେଲ୍‌ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ହସ୍ପିଟାଲରେ ଚିକିତ୍ସା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।

author-image
Manoj Swain
Prisoner lodged at Jharpada jail dies

Prisoner lodged at Jharpada jail dies

ଝାରପଡା ଜେଲରେ ବିଚାରଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ସନ୍ଦେହ ଜନକ ମୃତ୍ୟୁ। ଜେଲରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ବିଦ୍ୟାଧର ଗୁରୁ ଅକ୍ଟୋବର ୫ ତାରିଖରୁ ଜେଲରେ ଥିଲେ। ଆଜି ସକାଳୁ ବିଦ୍ୟାଧର ଗୁରୁଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ କ୍ୟାପିଟାଲ ହସ୍ପିଟାଲ ଚିକିତ୍ସା ପାଇଁ ନିଆଯାଇଥିବା ନେଇ ତାଙ୍କ ସ୍ତ୍ରୀଙ୍କୁ ଜେଲ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ହସ୍ପିଟାଲରେ ଚିକିତ୍ସା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Advertisment

ତେବେ ପରିବାର ପକ୍ଷରୁ ଜେଲରେ ହତ୍ୟା କରାଯାଇଥିବା ଅଭିଯୋଗ ସହ ନ୍ୟାୟ ଦାବୀ କରାଯାଇଛି। ବ୍ରାଉନ ସୁଗାର ବା ନାର୍କୋଟିକ୍ସ କେସରେ ଏକ୍ସସାଇଜ ଥାନା ଗତ ଅକ୍ଟୋବର ୫ରେ ଗିରଫ କରିଥିଲା। ଆଜି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଝାଡପଡା ଜେଲ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ।

Odisha Bhubaneswar