Advertisment

ଲିଭ୍-ଇନ୍ ପାର୍ଟନରଙ୍କ ଥଟ୍ଟା ସହି ପାରିଲେନି, ଜୀବନ ହାରିଲେ ଯୁବ ଇଞ୍ଜିନିୟର

ଚାକିରି ମିଳୁନଥିବାରୁ ମାନସିକ ଚାପରେ ରହୁଥିଲେ। ଶେଷରେ ସାଥିରେ ରହୁଥିବା ଲିଭ୍-ଇନ୍ ପାର୍ଟନର ବି ଥଟ୍ଟା କଲେ।

Representational Image

Representational Image

Advertisment

ଉତ୍ତରପ୍ରଦଶ ନୋଏଡାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଚାକିରି ମିଳୁନଥିବାରୁ ମାନସିକ ଚାପ ଓ ଲିଭ୍-ଇନ୍ ପାର୍ଟନରଙ୍କ ଥଟ୍ଟା ସହିନପାରି ଜଣେ 27 ବର୍ଷୀୟ ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଇଞ୍ଜିନିୟର ଜଣକ ନିଜ ଜୀବନ ହାରିବା ପୂର୍ବରୁ ଏକ ନୋଟ ଛାଡିଛନ୍ତି। ଯେଉଁଥିରେ ସେ ନିଜେ ଆତ୍ମହତ୍ୟାର କାରଣ ଲେଖିଛନ୍ତି। ମୃତଦେହ ସହ ଏହା ନିକଟରୁ ଏହି ନୋଟ ମଧ୍ୟ ଜବତ କରିଛି ପୁଲିସ।

Advertisment

ମୃତକ ମୟଙ୍କ ଚନ୍ଦେଲଙ୍କ ନିଜ ଘର ଉତ୍ତରପ୍ରଦେଶ ଶାହାଜାହାନପୁରରେ। ପୁଲିସ କହିଛି ଯେ ସାତ ବର୍ଷ ପୂର୍ବେ ମୟଙ୍କଙ୍କର ବାନ୍ଦା ସହରର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା। ମୟଙ୍କ ଏବଂ ସେହି ଯୁବତୀ ଜଣକ ଏକାଠି ପଢ଼ୁଥିଲେ ଏବଂ ଚାରି ବର୍ଷ ଧରି ଲିଭ୍-ଇନ୍ ସଂପର୍କରେ ଥିଲେ। ସେମାନେ ନୋଏଡାର ସେକ୍ଟର 73ର ଶୌର୍ଯ୍ୟ ବାଙ୍କ୍ୱେଟ ନିକଟରେ ରହୁଥିଲେ। ମହିଳା ଜଣକ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ହେଲେ ଚାକିରି ନପାଇ ମୟଙ୍କ ଚାପଗ୍ରସ୍ତ ହୋଇଥିଲେ। 

ମୟଙ୍କ ନିଜ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି ଯେ ତାଙ୍କର ବାନ୍ଧବୀ ତାଙ୍କୁ ଚାକିରି ନଥିବାରୁ ବାରମ୍ବାର ଥଟ୍ଟା କରୁଥିଲେ ଏବଂ କହୁଥିଲେ ଯେ ସେ ଦିନସାରା ଘରେ ଖାଲି ବସି ଖାଉଛନ୍ତି। ଏହା ତାଙ୍କ ମାନସିକ ଚାପକୁ ଆହୁରି ବଢ଼ାଇଥିଲା। ଏହି ସବୁ କାରଣରୁ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ନୋଟରେ ଲେଖିଛନ୍ତି ମୟଙ୍କ। କିନ୍ତୁ ଏଥିପାଇଁ ସେ କାହାକୁ ଦାୟୀ କରିନାହାଁନ୍ତି।

Advertisment

ପୁଲିସ କହିବା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ମୟଙ୍କଙ୍କ ବାନ୍ଧବୀ ଚାକିରିରୁ ଘରକୁ ଫେରିବା ପରେ ସେ ମୟଙ୍କଙ୍କ ମୃତଦେହକୁ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ସେ ଏନଇ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ସେକ୍ଟର 113 ଥାନାରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ମୟଙ୍କଙ୍କ ପରିବାରକୁ ଏ ବିଷୟରେ ସୂଚନା ଦେବା ସହ ଘଟଣାର ତଦନ୍ତ କରୁଛି।

Uttar Pradesh Crime Noida Engineer Suicide Unemployed Engineer Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe