Advertisment

ବିମାନକୁ ବୋମା ଧମକ ଘଟଣା: ବନ୍ଧା ହେଲେ ଯୁବକ, ଚାକିରି ନଥିବାରୁ କରୁଥିଲେ ଏମିତି କାମ

ଅକ୍ଟୋବର ୨୪ରୁ ଇତି ମଧ୍ୟରେ ୨୭୫ରୁ ଅଧିକ ବିମାନକୁ ବୋମା ଧମକ ମିଳି ସାରିଲାଣି। ଏହି ଘଟଣାରେ ମୁମ୍ବାଇ ପୁଲିସ୍‌ ଜଣେ ୧୭ ବର୍ଷୀୟ ପିଲାକୁ ଗତ ସପ୍ତାହରେ ନିଜ ହେପାଜତକୁ ନେଇଥିଲା। ଏବେ ଦିଲ୍ଲୀ ପୁଲିସ୍‌ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ବାନ୍ଧିଛି।

 Airlines

Airlines

Advertisment

ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ବୋମା ଧମକ ମିଳୁଥିବା ଘଟଣାରେ ଦିଲ୍ଲୀ ପୁଲିସ୍‌ ଆଜି ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଦୀର୍ଘ ଦିନ ହେଲା ଏପରି ବୋମା ଗୁଜବର ଧମକ ଆସୁଥିବା ବେଳେ ପୁଲିସ୍‌ର ଗିରଫଦାରୀ ସଂଖ୍ୟା ଦୁଇକୁ ବଢ଼ିଛି।

Advertisment

ଆଜି ଗିରଫ ହୋଇଥିବା ଯୁବକ ଜଣଙ୍କ ବୋମା ଧମକ ଦେଉଥିବା ସ୍ୱୀକାର କରିଛନ୍ତି। ତାଙ୍କ ପାଖରେ କୌଣସି ଚାକିରି ନାହିଁ। ଏହାକୁ ନେଇ ସେ ଚିନ୍ତାରେ ଥିଲେ। ଗଣମାଧ୍ୟମରେ ବିମାନରେ ବୋମା ଥିବା ଧମକ ମିଳୁଥିବା ସେ ଦେଖିବା ପରେ ନିଜ ଆଡ଼କୁ ଧ୍ୟାନ ଆକର୍ଷଣ କରିବା ପାଇଁ ଏପରି ପଦକ୍ଷେପ ନେଇଥିଲେ ବୋଲି ପୁଲିସ୍‌କୁ କହିଛନ୍ତି।

ଅକ୍ଟୋବର ୨୪ରୁ ଇତି ମଧ୍ୟରେ ୨୭୫ରୁ ଅଧିକ ବିମାନକୁ ବୋମା ଧମକ ମିଳି ସାରିଲାଣି। ଏହି ଘଟଣାରେ ମୁମ୍ବାଇ ପୁଲିସ୍‌ ଜଣେ ୧୭ ବର୍ଷୀୟ ପିଲାକୁ ଗତ ସପ୍ତାହରେ ନିଜ ହେପାଜତକୁ ନେଇଥିଲା। ଏବେ ଦିଲ୍ଲୀ ପୁଲିସ୍‌ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ବାନ୍ଧିଛି।

Advertisment

ଶନିବାର ଦିଲ୍ଲୀ ପୁଲିସ୍‌ କହିଛି ଯେ ଶୁକ୍ରବାର ରାତି ଓ ଶନିବାର ସକାଳୁ ୨ଟି ଧମକପୂର୍ଣ୍ଣ ବାର୍ତ୍ତା ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ପାଖରେ ପହଞ୍ଚିଥିଲା। ସୋଶାଲ ମିଡିଆ ଜରିଆରେ ଏପରି ଧମକ ଦିଆଯାଇଥିଲା।

ଅଭିଯୋଗ ପାଇବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।  ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଧମକ ମିଳିଥିବା ସୋଶାଲ ମିଡିଆ ଆକାଉଣ୍ଟ ହେଉଛି ପଶ୍ଚିମ ଦିଲ୍ଲୀର ଉତ୍ତମ ନଗରର ରାଜାପୁରୀରେ ରହୁଥିବା ୨୫ ବର୍ଷୀୟ ଶୁଭମ ଉପାଧ୍ୟାୟଙ୍କର। ପୁଲିସ୍‌ ତୁରନ୍ତ ଶୁଭମଙ୍କ ପାଖରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।

ଜେରା ବେଳେ ସେ ପୁଲିସ୍‌କୁ କହିଛନ୍ତି ଯେ ଟିଭି ଚ୍ୟାନେଲଗୁଡ଼ିକରେ ବୋମା ଗୁଜବ ନେଇ ପ୍ରକାଶ ପାଉଥିବା ରିପୋର୍ଟକୁ ଦେଖି ସେ ପ୍ରଭାବିତ ହୋଇଥିଲେ। ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସେ ମଧ୍ୟ ବିମାନରେ ବୋମା ଥିବା ଗୁଜବ ପ୍ରଚାର କରି ଧମକ ଦେଇଥିଲେ।

୨୫ ବର୍ଷୀୟ ଶୁଭମ ଦ୍ୱାଦଶ ଶ୍ରେଣୀ ଯାଏ ପଢ଼ିଛନ୍ତି। ୨୫ ବର୍ଷ ହୋଇଥିଲେ ହେଁ ତାଙ୍କୁ କୌଣସି ସ୍ଥାନରେ ଚାକିରି ମିଳୁନାହିଁ। ସେ ବେକାର ହୋଇ ବୁଲୁଥିବା ବେଳେ ଧ୍ୟାନ ଆକର୍ଷଣ ପାଇଁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଥିବା ପୁଲିସ ଜାଣିବାକୁ ପାଇଛି।

Delhi Airlines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe