/odisha-reporter/media/post_attachments/uploadimage/library/16_9/16_9_0/Loot_1707447977.jpg)
Loot
ଅଭିନୟ ଉପାୟରେ ଚୋରି କଲେ ଲୁଟେରା। ଗହଣା ଦୋକାନ ଆଗରେ କଳାପାଲ ଟାଣି ସଟର ତାଡ଼ି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ। ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
Advertisment
ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଦୋକାନ ଆଗରେ ପ୍ରଥମେ କଳାପାଲ ଟାଣି ଥିଲେ। ପରେ ସଟର ତାଡ଼ି ଦୋକାନ ଭିତରେ ପଶି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ।
ଆଜି ସକାଳେ ଦୋକାନରେ ଚୋରି ହୋଇଥିବା ସ୍ଥାନୀୟ ଲୋକେ ମାଲିକଙ୍କୁ ଖବର ଦେଇଥିଲେ। ଦୋକାନୀମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ମଞ୍ଜୁରୀ ରୋଡ୍ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
