Advertisment

ଗହଣା ଦୋକାନ ଆଗରେ ଟାଣିଦେଲେ କଳା ପାଲ; ଭିତରୁ ପୋଛି ନେଲେ

୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

Loot

Loot

Advertisment

ଅଭିନୟ ଉପାୟରେ ଚୋରି କଲେ ଲୁଟେରା। ଗହଣା ଦୋକାନ ଆଗରେ କଳାପାଲ ଟାଣି ସଟର ତାଡ଼ି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀରେ। ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଦୋକାନ ଆଗରେ ପ୍ରଥମେ କଳାପାଲ ଟାଣି ଥିଲେ। ପରେ ସଟର ତାଡ଼ି ଦୋକାନ ଭିତରେ ପଶି ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଇ ଚମ୍ପଟ ମାରିଥିଲେ।

ଆଜି ସକାଳେ ଦୋକାନରେ ଚୋରି ହୋଇଥିବା ସ୍ଥାନୀୟ ଲୋକେ ମାଲିକଙ୍କୁ ଖବର ଦେଇଥିଲେ। ଦୋକାନୀମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ମଞ୍ଜୁରୀ ରୋଡ୍ ଫାଣ୍ଡି ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Loot Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe