Advertisment

ବୀଭତ୍ସ, ହୃଦୟବିଦାରକ; ଅଳିଆ ଗଦାରେ ଖାଉଥିବା ବେଳେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା

ବାଣପୁର ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ମାଗି ଜାଚି ଖାଆନ୍ତି। ବୁଧବାର ରାତି ପ୍ରାୟ ୧ଟା ବେଳେ ମହିଳା ଜଣକ ଗାଲୁଆ ଛକ ନିକଟସ୍ଥ ଅଳିଆ ଗଦାରେ ବସି ଖାଉଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ହାତରେ ଖଣ୍ଡା ଧରି ସେଠାରେ ପହଞ୍ଚି ଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Banapur Murder

Banapur Murder

ଏ ସଭ୍ୟ ମଣିଷ କ’ଣ ଏତେ ବୀଭତ୍ସ ଓ ହୃଦୟହୀନ ହୋଇପାରେ? ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ନିଶବ୍ଦ ରାତିରେ ଅଳିଆ ଗଦାରେ ବସି ଖାଉଥିବା ବେଳେ ତାଙ୍କୁ ଅତି ବୀଭତ୍ସ ଭାବେ ଖଣ୍ଡାରେ ହାଣି ହତ୍ୟା କରାଯାଉଛି। ହତ୍ୟାର ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ଏପରି ଘଟଣା।

Advertisment

ବାଣପୁର ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ମାଗି ଜାଚି ଖାଆନ୍ତି। ବୁଧବାର ରାତି ପ୍ରାୟ ୧ଟା ବେଳେ ମହିଳା ଜଣକ ଗାଲୁଆ ଛକ ନିକଟସ୍ଥ ଅଳିଆ ଗଦାରେ ବସି ଖାଉଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ହାତରେ ଖଣ୍ଡା ଧରି ସେଠାରେ ପହଞ୍ଚି ଥିଲା। କିଛି କହିବା ପୂର୍ବରୁ ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲା। ତା’ପରେ ସେଠାରୁ ଖଣ୍ଡା ଧରି ଚମ୍ପଟ ମାରିଥିଲା ଦୁର୍ବୃତ୍ତ। ଯାହାର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ତେବେ ହତ୍ୟା କରିଥିବା ଯୁବକ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା? ତାହା ଜଣାପଡ଼ି ନାହିଁ।

ସୂଚନାରୁ ପ୍ରକାଶ, ଆଜି ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଳିଆରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୃତ ବ୍ୟକ୍ତି ଜଣେ ମାନସିକ ବିକାର ଗ୍ରସ୍ତ ଓ ଅପରିଚିତ ହୋଇଥିବାରୁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ତେବେ ହତ୍ୟାର ଭିଡିଓ ସାମ୍ନାକୁ ଆସିବା ପରେ ହତ୍ୟାକାରୀ ପାଖରେ ପୁଲିସ୍‌ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି।

Advertisment

ତେବେ ହତ୍ୟା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ

Murder Khorda Crime Story