Advertisment

ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!

ଉତ୍ତର ପ୍ରଦେଶ ଉପନିର୍ବାଚନରେ ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା। ପରିବାରର ଅଭିଯୋଗକ୍ରମେ ସମାଜବାଦୀ ପାର୍ଟି ସମର୍ଥକଙ୍କୁ ଗିରଫ କଲା ପୁଲିସ।

author-image
Debadatta Aryashrestha
Girl Murdered in UP

Girl Murdered in UP

ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ଉପନିର୍ବାଚନ ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବସ୍ତା ଭିତରୁ ଜଣେ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ରାଜି ନହେବାରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଅଭିଯୋଗ ଆଣିଛି। ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରଶାନ୍ତ ଯାଦବ ନାମକ ଅଭିଯୁକ୍ତ ନିଜର ସହଯୋଗୀ ସହ ମିଶି ଏହି ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି।

Advertisment

ବିଜେପିକୁ ଭୋଟ ଦେବାକୁ କହିବାରୁ ହତ୍ୟା!
ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଶାନ୍ତ ଯାଦବ କରହାଲ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ଜାଟବାନର ଦୁର୍ଗାଙ୍କୁ ବାଧ୍ୟ କରିଥିଲେ। ହେଲେ ଦୁର୍ଗା ଅଭିଯୁକ୍ତର କଥା ନମାନି ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ସିଧା ସଳଖ ମନା କରିଦେଇଥିଲେ। ସେ ବିଜେପିକୁ ଭୋଟ ଦେବାକୁ କହିଥିଲେ। ଏହାପରେ ଅଭିଯୁକ୍ତ ପ୍ରଶାନ୍ତ ନିଜର ଅନ୍ୟ ଏକ ସହଯୋଗୀ ସହ ମିଶି ଯୁବତୀଙ୍କୁ ଅପହରଣ କରିନେଇ ପ୍ରଥମେ ବଳାତ୍କାର ଓ ପରେ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ଆଣିଛି ପରିବାର।

ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗିଦେଲେ ମୃତଦେହ
ପୁଲିସ ସୂଚନା ଅନୁସାରେ ଅଭିଯୁକ୍ତମାନେ ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଏକ ବସ୍ତାରେ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ମେନପୁରୀ ପୁଲିସ ଅଧିକ୍ଷକ ବିନୋଦ କୁମାର କହିଛନ୍ତି, 'କରହାଲର ଏକ ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତ ଯୁବତୀଙ୍କ ବାପା ଦୁଇ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ପ୍ରଶାନ୍ତ ଯାଦବ ଓ ଅନ୍ୟଝମେ ମୋହନ କଠେରିୟା। ଅଭିଯୋଗ ଅନୁସାରେ ଉଭୟଙ୍କୁ ଗିରଫ କରାଯାଇଛି। ମୃତକଙ୍କ ବାପା ମାଆଙ୍କ ଅଭିଯୋଗ ହେଉଛି ଯେ ଝିଅ ବିଜେପିକୁ ଭୋଟ ଦେବାକୁ ଚାହୁଁଥିଲା। ଯେଉଁଥିପାଇଁ ତାକୁ ହତ୍ୟା କରାଯାଇଛି।' ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି।

Advertisment
Bjp Murder Crime Samajwadi Party UP By Poll Political Murder