Advertisment

ଶ୍ୱଶୁର ଦୁଷ୍କର୍ମ କରିବାରୁ ମା’ କହି ଘରୁ କାଢ଼ିଦେଲା ସ୍ୱାମୀ, ଥାନାର ଦ୍ୱାରସ୍ଥ ୭ ମାସର ଗର୍ଭବତୀ

ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବା ପରେ ପତ୍ନୀର ସମ୍ପର୍କ ହରାଇ ବସିଥିବା ଦର୍ଶାଇ ଘରୁ ବାହାର କରିଦେଲା ସ୍ୱାମୀ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦୋହରିଲା ଇମ୍ରାନା ମାମଲା। ଉତ୍ତର ପ୍ରଦେଶରେ ଆଉ ଏକ ଇମ୍ରାନା ମାମଲା ସାମ୍ନାକୁ ଆସିଛି। ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବା ପରେ ପତ୍ନୀର ସମ୍ପର୍କ ହରାଇ ବସିଥିବା ଦର୍ଶାଇ ଘରୁ ବାହାର କରି ଦେଇଛନ୍ତି ସ୍ୱାମୀ। 

Advertisment

୨୦୦୫ ଇମ୍ରାନା ମାମଲା ଅନୁସାରେ, ସେତେବେଳେ ଜଣେ ୨୮ ବର୍ଷ ବୟସ୍କା ବୋହୂକୁ ଦୁଷ୍କର୍ମ କରିଥିଲେ ଶ୍ୱଶୁର। ଏହାକୁ ନେଇ ଗ୍ରାମ ପଞ୍ଚାୟତ ବସିଥିଲା। ଶ୍ୱଶୁର ବୋହୂକୁ ଦୁଷ୍କର୍ମ କରିଥିବାରୁ ସେ ଏବେ ଆଉ ବୋହୂ ନୁହଁ ପତ୍ନୀ ବୋଲି ଦର୍ଶା ଯାଇଥିଲା। ତେଣୁ ମହିଳା ଜଣକ ବିବାହ କରିଥିବା ବ୍ୟକ୍ତି ତାଙ୍କ ପୁଅ ବୋଲି ପଞ୍ଚାୟତରେ ନିଷ୍ପତ୍ତି ନିଆ ଯାଇଥିଲା। ସାମାଜିକ କୁପ୍ରଥାର ଏପରି ଆଉ ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି।

ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଉତ୍ତର ପ୍ରଦେଶ ମୁଜାଫରପୁରର ଜଣେ ବୋହୂ ତାଙ୍କ ଶ୍ୱଶୁରଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୫୦ ବର୍ଷୀୟ ବୟସ୍କ ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ। ୨୩ ବର୍ଷୀୟ ମହିଳା ଜଣକ ୭ ମାସର ଗର୍ଭବତୀ ଅଛନ୍ତି। ମହିଳା ଜଣକ କହିଛନ୍ତି, "ଯେତେବେଳେ ମୁଁ ମୋ ସ୍ୱାମୀଙ୍କୁ ଏ ବାବଦରେ ଜଣାଇଲି ସେତେବେଳେ ସେ ମୋତେ କହିଥିଲେ, ତାଙ୍କ ପିତା ମୋ ସହ ସମ୍ପର୍କ ରଖିଥିବାରୁ ଆମେ ଏକାଠି ରହି ପାରିବୁ ନାହିଁ। କାରଣ ମୁଁ ବର୍ତ୍ତମାନ ତାଙ୍କ ପିତାଙ୍କ ପତ୍ନୀ ହୋଇସାରିଛି।"

Advertisment

ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରିବା ସହ ଘରୁ ବାହାର କରିଦେଇଛନ୍ତି। ସମ୍ମାନ, ଲୋକଲଜ୍ଜାକୁ ଡରି ଆଜି ପର୍ଯ୍ୟନ୍ତ ଚୁପ୍ ରହିଥିଲି। ବାରମ୍ବାର ନିବେଦନ ସତ୍ତ୍ୱେ ମୋର କୌଣସି ଦୋଷ ନ ଥିଲେ ବି ମୋ ସ୍ୱାମୀ ମୋତେ ଘରକୁ ଫେରାଇ ଆଣିବାକୁ ମନା କରିଦେଇଥିଲେ। ସେଥିପାଇଁ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ବୋଲି ମହିଳା ଜଣକ ପୁଲିସ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଷ୍ଟେସନ ହାଉସ ଅଫିସର୍ ରାଘବେନ୍ଦ୍ର ଯାଦବ କହିଛନ୍ତି, ଅଭିଯୋଗକୁ ଆଧାର କରି ଏକ ଶ୍ୱଶୁର ଓ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Rape News Father In Law Rape Woman UP News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe