/odisha-reporter/media/post_attachments/uploadimage/library/16_9/16_9_0/IMAGE_1716634780.jpg)
Representative Image
ପୁଅର ବାପା ହେବାକୁ ଯାଉଛନ୍ତି ନା ଝିଅର, ଜାଣିବା ପାଇଁ ସ୍ତ୍ରୀର ପେଟ କାଟି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଆଜି ଏହି ମାମଲା ଉପରେ ଶୁଣାଣି କରି ଏକ କୋର୍ଟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବା ସହ ୫୦ ହଜାର ଟଙ୍କା ଜରିମାନା ପକାଇଛନ୍ତି। ଜରିମାନା ଅନାଦେୟ ୬ ମାସର ଅତିରିକ୍ତ ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ବଦାଉନର ପନ୍ନା ଲାଲ ଓ ଅନିତାଙ୍କର ପାଞ୍ଚଟି କନ୍ୟା ସନ୍ତାନ ଥିଲେ। କିନ୍ତୁ ପନ୍ନା ଲାଲ ପୁଅ ଚାହୁଁଥିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଝିଅ ଜନ୍ମ ହୋଇଥିବାରୁ ପନ୍ନା ଲାଲ ସର୍ବଦା ଅନୀତାଙ୍କୁ ଗାଳିଗୁଲଜ କରୁଥିବା ତାଙ୍କ ବାପଘର ଲୋକ ଅଭିଯୋଗ କରିଥିଲେ।
କେବଳ ଏତିକି ନୁହେଁ ପୁଅ ଜନ୍ମ ନକଲେ ତାଙ୍କୁ ଛାଡ଼ପତ୍ର ଦେଇ ଅନ୍ୟତ୍ର ବିବାହ କରିବେ ବୋଲି ମଧ୍ୟ ଧମକ ଦେଉଥିଲେ। ଏହାରି ମଧ୍ୟରେ ଷଷ୍ଠ ଥର ପାଇଁ ଗର୍ଭବତୀ ହୋଇଥିଲେ ଅନୀତା। ତାଙ୍କ ଗର୍ଭାବସ୍ଥାକୁ ଆଠ ମାସ ହୋଇଥିବା ବେଳେ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣିବା ପାଇଁ ପନ୍ନା ଲାଲ ଦାଆରେ ଅନୀତାଙ୍କ ପେଟ କାଟି ଦେଇଥିଲେ।
ଫଳରେ ତାଙ୍କର ଗର୍ଭପାତ ହୋଇଯାଇଥିଲା। ଏଥିସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ହୋଇ ଯାଇଥିଲା। ଅନୀତାଙ୍କ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପନ୍ନା ଲାଲଙ୍କୁ ଗିରଫ କରିଥିଲା ପୁଲିସ।
ଆଜି ଏକ ଫାଷ୍ଟ ଟ୍ରାକ୍ କୋର୍ଟରେ ଜଜ୍ ସୌରଭ ସାକ୍ସେନା ମାମଲାର ଶୁଣାଣି କରି ପନ୍ନା ଲାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦,୦୦୦ ଟଙ୍କାର ଜୋରିମାନା ପକାଇଛନ୍ତି, ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
