Advertisment

ଶିକ୍ଷୟିତ୍ରୀଙ୍କ ଘୃଣ୍ୟ କାମ; ମୁସଲିମ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଅନ୍ୟ ଛାତ୍ରଙ୍କୁ ନିର୍ଦ୍ଦେଶ

କ୍ଲାସ୍‌ରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀଜଣକ ଅନ୍ୟ ଜାତିର ଛାତ୍ରମାନଙ୍କୁ ଉସକାଉଛନ୍ତି। ଆଉ ଜଣକ ପରେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଚୁପୁଡ଼ା ପରେ ଚାପୁଡ଼ା ମାରିବାରେ ଲାଗିଛନ୍ତି।

School

School

Advertisment

ସ୍କୁଲକୁ ବିଦ୍ୟାର ମନ୍ଦିର କୁହାଯାଉଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଜାତିବାଦର ଘୃଣ୍ୟ ଚିତ୍ର । ଛୋଟ ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ଶିକ୍ଷୟିତ୍ରୀ ତାଙ୍କ ମନରେ ଜାତିବାଦକୁ ନେଇ ବିଷ ମଞ୍ଜି ପୋତିବାକୁ ପଛାଉ ନାହାନ୍ତି। କ୍ଲାସ୍‌ରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଶକ୍ତ ଚାପୁଡ଼ା ମାରିବାକୁ ଶିକ୍ଷୟିତ୍ରୀଜଣକ ଅନ୍ୟ ଜାତିର ଛାତ୍ରମାନଙ୍କୁ ଉସକାଉଛନ୍ତି। ଆଉ ଜଣକ ପରେ ଜଣେ ମୁସଲିମ୍‌ ଛାତ୍ରଙ୍କୁ ଚୁପୁଡ଼ା ପରେ ଚାପୁଡ଼ା ମାରିବାରେ ଲାଗିଛନ୍ତି।

Advertisment

ଏପରି ଘୃଣ୍ୟ କାମ ଉତ୍ତରପ୍ରଦେଶର ଏକ ସ୍କୁଲରେ ଘଟିଥିବା ବେଳେ ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାଯାଇଛି।

ଉତ୍ତରପ୍ରଦେଶର ମୁଜଫରନଗରର ଖବରପୁର ଗାଁର ଏକ ସ୍କୁଲରେ ଏପରି କୁତ୍ସିତ ଓ ଲଜ୍ଜାଜନକ କାମ ଘଟିଛି। ଭିଡିଓରେ ଶୁଣିବାକୁ ମିଳିଛି, ଶିକ୍ଷୟିତ୍ରୀଜଣକ କ୍ଲାସରେ ଥିବା ମୁସଲିମ୍‌ ଛାତ୍ରଙ୍କୁ ଡାକି ଛିଡ଼ା କରାଉଛନ୍ତି। ଏହାପରେ ଅନ୍ୟ ଛାତ୍ରମାନଙ୍କୁ ଡାକି ଉକ୍ତ ଛାତ୍ରଙ୍କ ଗାଲକୁ ଶକ୍ତ ଚାପୁଡ଼ା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏପରିକି ଆହୁରି ଜୋରରେ ମାର ବୋଲି ବି ଛାତ୍ରମାନଙ୍କୁ ଉତ୍ସାହିତ କରୁଛନ୍ତି।

Advertisment

 ଗୋଟିଏ ଚାପୁଡ଼ା ମାରି ସାରିବା ପରେ ଆଉ ଗୋଟିଏ ଚାପୁଡ଼ା ମାରିବାକୁ ବି କହୁଛନ୍ତି। ଏପରିକି ସେ ପିଲାଙ୍କ ସମ୍ମୁଖରେ ଜାତିଗତ ଆକ୍ଷେପ କରି ଆପତ୍ତିଜନକ ଶବ୍ଦ କହିବାକୁ ବି ପଛାଇ ନାହାନ୍ତି।

ଏନେଇ ଛାତ୍ରଙ୍କ ବାପା କହିଛନ୍ତି, ଘଟଣା ସମ୍ପର୍କରେ ସେ ଥାନାରେ ଅଭିଯୋଗ କରିଥିବା ବେଳେ ନିଜ ପୁଅ ନାଁକୁ ସ୍କୁଲରୁ କାଟି ଦେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ସହ ବୁଝାମଣା କରିବା ପରେ ସେ ଉକ୍ତ ସ୍କୁଲରେ ପୁଣି ଥରେ ନିଜ ପିଲାକୁ ପଢ଼ାଇବାକୁ ରାଜି ହୋଇଛନ୍ତି। ମାତ୍ର ଏଥିନିମନ୍ତେ ଏକ ସର୍ତ୍ତ ରହିଛି। ଉକ୍ତ ସର୍ତ୍ତ ଅନୁଯାୟୀ, ସ୍କୁଲ ତାଙ୍କ ପିଲାର ଆଡମିଶନ ଫି’ ଖର୍ଚ୍ଚ ବହନ କରିବ ।

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛି।

School Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe