Advertisment

ଯୁବକଙ୍କ ପଶୁ ଆଚରଣ ; ରାସ୍ତାରେ ଆହତ ବ୍ୟକ୍ତିଙ୍କ ଉପରେ କଲେ ପରିସ୍ରା

ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଜଣେ ଦଳିତଙ୍କ ଉପରେ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚହଲ ପକାଇଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରାରେ ବି ସମାନ ଘଟଣାର ପୁନରାବୃତ୍ତି ହୋଇଛି।

author-image
Niharika Rout
undefined

Attack

ପୁଣି ଥରେ ମାନବିକତା ଭୁଲି ପଶୁ ପରି ଆଚରଣ କଲା ମଣିଷ। ଭୁଲିଗଲା ନିଜ ସଂସ୍କାର, ପରମ୍ପରା । ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଜଣେ ଦଳିତଙ୍କ ଉପରେ ପରିସ୍ରା କରିବା ଘଟଣା ସମଗ୍ର ଦେଶରେ ଚହଲ ପକାଇଥିବା ବେଳେ ଉତ୍ତରପ୍ରଦେଶର ଆଗ୍ରାରେ ବି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ରାସ୍ତା ପାର୍ଶ୍ୱରେ ଆହତ ହୋଇ ଅର୍ଦ୍ଧଚେତନ ଅବସ୍ଥାରେ ପଡ଼ି ରହିଥିବା ଜଣେ ବ୍ୟକ୍ତିଙ୍କ ଉପରେ ଜଣେ ଯୁବକ ପରିସ୍ରା କରିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Advertisment

୩୦ ସେକେଣ୍ଡର ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏଥିରେ ଦେଖିବାକୁ ମିଳୁଛି ଯୁବକଜଣକ ରାସ୍ତାରେ ପଡ଼ିଥିବା ବ୍ୟକ୍ତିଙ୍କ ମୁଣ୍ଡକୁ ଗୋଇଠା ମାରୁଛନ୍ତି । ଏପରିକି ଏହା ଜାଣି ପାରି ଆହତ ହୋଇ ପଡ଼ିଥିବା ବ୍ୟକ୍ତିଜଣକ ଅଭିଯୁକ୍ତଙ୍କ ଗୋଡ଼ ଧରିଲେ ବି ତାଙ୍କ ହୃଦୟ ତରଳୁନି। ଏହାପରେ ସବୁ ସୀମା ଅତିକ୍ରମ କରି ସେ ଉକ୍ତ ବ୍ୟକ୍ତିଙ୍କ ଉପରେ ପରିସ୍ରା କରିବାକୁ ପଛାଉ ନାହାନ୍ତି। ଅଭିଯୁକ୍ତଙ୍କ ସାଙ୍ଗ ଏହାର ଭିଡିଓ କରିଥିଲେ।

ଏହା ଦୀର୍ଘ ୩ ମାସ ତଳର ଘଟଣା ହୋଇଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏନେଇ ଆଗ୍ରାର କୌଣସି ଥାନାରେ ମାମଲା ରୁଜୁ ହୋଇ ନ ଥିବା ଆଗ୍ରାର ଡେପୁଟି କମିଶନର ସୁରଜ ରାଜ ପ୍ରକାଶ କରିଛନ୍ତି।

Advertisment

ଏହା ଏକ ଅତି ଅମାନବୀୟ ଘଟଣା ହୋଇଥିବା ବେଳେ ପୁଲିସ୍‌ ନିଜ ଆଡ଼ୁ ମାମଲା ରୁଜୁ କରି ୨ ଅଭିଯୁକ୍ତ ଆଦିତ୍ୟ ଓ ଅତୁଷଙ୍କୁ ଗତକାଲି ଉଠାଇ ଆଣିଥିଲା। ପଚରାଉଚରା ପରେ ଆଦିତ୍ୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଦିତ୍ୟଙ୍କର ପୂର୍ବରୁ ବି କ୍ରିମିନାଲ ରେକର୍ଡ ଥିବା ବେଳେ ସେ ଜେଲ୍‌ ଫେରନ୍ତା ବୋଲି ଜଣାଯାଇଛି।

Uttar Pradesh Police Minor Attacked