Advertisment

ଦୁଷ୍କର୍ମ ଓ ବ୍ଲାକମେଲ୍ କରୁଥିବାରୁ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା, ନାବାଳକ ଅଟକ

ମୃତ ବ୍ୟକ୍ତି ନାବାଳକଙ୍କୁ ଦୁଷ୍କର୍ମ କରିବା ସହ କିଛି ଆପତ୍ତିଜନକ ଭିଡିଓ ରଖି ତାଙ୍କୁ ବ୍ଲାକମେଲ୍ କରୁଥିବା ଅଭିଯୋଗ।

author-image
Debibandita Barick
Police Van

Police Van

ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ୧୫ ବର୍ଷର ନାବାଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ପୁଲିସ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶ ମୁଜାଫାନଗରରେ।

Advertisment

ସୂଚନା ଅନୁସାରେ, ହତ୍ୟାକାଣ୍ଡର କାରଣ ଯୌନ ଶୋଷଣ ଏବଂ ବ୍ଲାକମେଲିଂ। ମୃତ ବ୍ୟକ୍ତି ନାବାଳକଙ୍କୁ ଦୁଷ୍କର୍ମ କରିବା ସହ କିଛି ଆପତ୍ତିଜନକ ଭିଡିଓ ରଖି ତାଙ୍କୁ ବ୍ଲାକମେଲ୍ କରୁଥିଲେ। ଏହି କାରଣରୁ ନାବାଳକ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି।

ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ଗତକାଲି ନାବାଳକଙ୍କୁ ଅଟକ ରଖିବା ପରେ ବାଳ ସୁଧାର ଗୃହକୁ ପଠାଇ ଦେଇଛି। 

Advertisment

ପୁଲିସ ଅଧୀକ୍ଷକ (ଗ୍ରାମୀଣ) ଆଦିତ୍ୟ ବଂଶଲ କହିଛନ୍ତି ଯେ, ସପ୍ତାହେ ପୂର୍ବରୁ ମୃତ ବ୍ୟକ୍ତି ଜଣକ ନାବାଳକଙ୍କୁ ଦୁଷ୍କର୍ମ କରି ଏକ ଅଶ୍ଳୀଳ ଭିଡିଓ କ୍ଲିପ୍ ରେକର୍ଡ କରିଥିଲା। ବାରମ୍ବାର ତାଙ୍କ ସହ ଏପରି କରିବା ସହ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଉଥିଲେ। 

ବଂଶଲ କହିଛନ୍ତି, "ଗତ ସୋମବାର ମଧ୍ୟ ସମାନ ଭାବେ ତାଙ୍କ ସହ ଏପରି କରିଥିଲେ। ନାବାଳକଙ୍କୁ ତାଙ୍କ ଘରକୁ ଆସିବାକୁ କହିଥିଲେ, ନଚେତ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ବାରମ୍ବାର ହଇରାଣ କରିବାରୁ ନାବାଳକ ଏକ ତୀକ୍ଷ୍ଣ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ଏବଂ ଗଳାକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।" 

UP Rape News UP Teen Rape Crime Rape Murder Blackmail