Advertisment

ଜୀବନ୍ତ ସ୍ୱାମୀଙ୍କୁ ମୃତ ଦର୍ଶାଇ ଶାଶୁ ଘର ଲୋକଙ୍କୁ ଜେଲ୍‌ ପଠାଇଥିଲେ, କିନ୍ତୁ...

ଦୀର୍ଘ ୬ ମାସ ପରେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି।

author-image
Madhupriya Mistry
wife sent in-laws to jail

wife sent in-laws to jail

ସ୍ୱାମୀ ବଞ୍ଚି ଥାଉ ଥାଉ ତାଙ୍କୁ ଦର୍ଶାଇଲେ ମୃତ। ସ୍ୱାମୀଙ୍କୁ ମିଛ ହତ୍ୟା ଅଭିଯୋଗରେ ଶାଶୁ ଘର ଲୋକଙ୍କୁ ଜେଲ୍‌ ପଠାଇଲେ। ଏପରିକି ମିଛିରେ ମକଦ୍ଦମା ମଧ୍ୟ କଲେ। ସମ୍ପତ୍ତି ଲୋଭରେ ଅନ୍ଧ ହୋଇ ମହିଳା ରଚିଲେ ଷଡ଼ଯନ୍ତ୍ର। ଶେଷରେ ବନ୍ଧା ହେଲେ। ଏଭଳି କିଛି ଘଟଣା ଘଟିଛି ଉତ୍ତରପ୍ରଦେଶରେ।

Advertisment

ଉତ୍ତରପ୍ରଦେଶର ଗୋଣ୍ଡାର ବୈସୟା ଚୈନ୍‌ ଅଞ୍ଚଳ। ଏଠାକାର ଗୁଡିଆ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଗାଏବ କରିଦେଇଥିବା ନେଇ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଶ୍ୱଶୁର ଓ ତିନି ଜଣ ଦିଅର ମିଶି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ସେ ପୁଲିସରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ୨୦୨୩ ଜୁନ୍‌ ୫ ତାରିଖରେ ପୁଲିସ ଧାରା ୩୦୨ ଆଧାରରେ ମାମଲା ରୁଜୁ କରିଥିଲା। ଏହାପରେ ତାଙ୍କ ଶ୍ୱଶୁର ଓ ତିନି ଜଣ ଦିଅରକୁ ପୁଲିସ ଗିରଫ କରିଥିଲା। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏମାନଙ୍କୁ ଜେଲ୍‌ ପଠାଇ ଦିଆଯାଥିଲା।

ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ। ତେବେ ପୁଲିସ ତଦନ୍ତ ସମୟରେ ଏବେ ପ୍ରକୃତ ସତ ସାମ୍ନାକୁ ଆସିଛି। ଦୀର୍ଘ ୬ ମାସ ପରେ ଗୁମର ଖୋଲିଛି।ଯେଉଁ ସ୍ୱାମୀଙ୍କୁ ମୃତ ବୋଲି ଦର୍ଶାଇ ମହିଳା ଜଣକ ଶ୍ୱଶୁର ଘର ଲୋକଙ୍କୁ ଜେଲ୍‌ ପଠାଇଥିଲେ ସେହି ସ୍ୱାମୀଙ୍କୁ ପୁଲିସ ଗୁଜରାଟରୁ ଜୀବନ୍ତ ଗିରଫ କରିଛି।

Advertisment

ପୁଲିସ ଅଧିକ୍ଷକ ବିନୀତ ଜୟସଓ୍ୱାଲଙ୍କ କହିବା ମୁତାବକ, ଶ୍ୱଶୁର ଓ ତିନି ଦିଅର ଓ ଉକ୍ତ ମହିଳାଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଥିଲା। ସମ୍ପତ୍ତି ପାଇବା ଲୋଭରେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ମିଛ ଷଡ଼ଯନ୍ତ୍ର ରଚିଥିଲେ। ଏପରିକି ଶ୍ୱଶୁର ଘର ଲୋକଙ୍କ ନାଁରେ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣି ତାଙ୍କୁ ଜେଲ୍‌ ପଠାଇ ଦେଇଥିଲେ। ଏବେ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ମିଛ ମାମଲା ରୁଜୁ କରିବା ଅଭିଯୋଗରେ ଗୁଜରାଟରୁ ଗିରଫ କରାଯାଇଛି। ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି।

Uttar Pradesh Crime News Fake Murder