Advertisment

'୧୨ ବର୍ଷ ହେଲା ହଇରାଣ କରୁଛି..', ପ୍ରେମିକ ଉପରେ ଏସିଡ୍ ପକାଇଲେ ପ୍ରେମିକା

ବିବାହ କରିଥିଲେ ବି ବିବେକ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିଲେ ବର୍ଷା।

Police

Police

Advertisment

ଉତ୍ତର ପ୍ରଦେଶ ଆଲିଗଡର ଜଣେ ମହିଳା ପ୍ରେମିକ ଉପରକୁ ଫିଙ୍ଗିଛନ୍ତି ଏସିଡ୍। ୧୨ ବର୍ଷ ହେଲା ହଇରାଣ କରି ଆସୁଥିବାରୁ ପ୍ରେମିକ ଉପରକୁ ଏସିଡ ଫିଙ୍ଗିଥିବା କହିଛନ୍ତି।  

Advertisment

ସୂଚନା ଅନୁସାରେ, ମହିଳାଙ୍କ ନାଁ ବର୍ଷା। ସେ ବିବାହ କରିଥିଲେ ମଧ୍ୟ ବିବେକ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିଲେ। ଆଜି ବିବେକ ତାଙ୍କୁ ଭେଟିବା ପାଇଁ ରେଷ୍ଟୋରାଣ୍ଟଙ୍କୁ ଡାକିଥିଲେ। ଉଭୟ କଥାବାର୍ତ୍ତା ହେବା ସମୟରେ ବର୍ଷା ହଠାତ୍ ବ୍ୟାଗରୁ ଏସିଡ୍ ବୋତଲ୍ ବାହାର କରି ବିବେକଙ୍କ ଉପରକୁ ଫିଙ୍ଗିଥିଲେ।

ବିବେକ ଗୁରୁତର ଭାବେ ଆହତ ହୋଇ ଥିବାବେଳେ ବର୍ଷା ଏବଂ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀଙ୍କ ଉପରେ ମଧ୍ୟ କିଛି ଏସିଡ ପଡିବାରୁ ସେମାନଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ସେପଟେ, ଆକ୍ରମଣ ପରେ ବିବେକ ଘଟଣାସ୍ଥଳରୁ ପଳାଇ ଯାଇଛନ୍ତି।

Advertisment

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବର୍ଷା ଏବଂ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ବର୍ଷା ଅନ୍ୟତ୍ର ବିବାହ କରି ଥିବାବେଳେ ଘଟଣା ପରେ ବିବେକ ଫେରାର୍ ହୋଇଯିବା ଘଟଣାର ଜଟିଳତାକୁ ବଢେଇ ଦେଇଛି। ତେଣୁ ବର୍ତ୍ତମାନ ସମୟରେ କିଛି କହିହେବ ନାହିଁ, ତଦନ୍ତ ସରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସେପଟେ, ରେଷ୍ଟୁରାଣ୍ଟ ମାଲିକ ଦୀପକ ଗର୍ଗ କହିଛନ୍ତି, "ଏହି ଘଟଣା ଆଜି ସକାଳ ପ୍ରାୟ ସାଢେ ଏଗାରଟା ସମୟରେ ଘଟିଥିଲା। ମୁଁ ଯେତେବେଳେ ମହିଳାଙ୍କୁ କଣ ହେଲା ବୋଲି ପଚାରିଲି, ସେ ତାଙ୍କ ପ୍ରେମିକଙ୍କ ଉପରକୁ ଏସିଡ ଫିଙ୍ଗିଥିବା କହିଥିଲେ। ୧୨ ବର୍ଷ ହେବ ହଇରାଣ କରୁଥିବାରୁ ଏସିଡ୍ ଫିଙ୍ଗିଛନ୍ତି ବୋଲି ବର୍ଷା କହିଥିଲେ।"

UP News UP Police Acid Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe