Advertisment

ପରୀକ୍ଷାରେ ଜାଲିଆତି, ଘର ଭଡ଼ା ବୃଦ୍ଧିକୁ ଦାୟୀ କରି ଆତ୍ମହତ୍ୟା କଲେ UPSC ଆଶାୟୀ

ଆତ୍ମହତ୍ୟା ପୂର୍ବରୁ ସରକାରଙ୍କୁ ପରୀକ୍ଷାରେ ଦୁର୍ନୀତି ହଟାଇବା ସହ ନିଯୁକ୍ତି ସୃଷ୍ଟି କରିବାକୁ ଆହ୍ୱାନ କରିଛନ୍ତି ଜଣେ ଆଇଏଏସ କୋଚିଂ ନେଉଥିବା ଛାତ୍ରୀ।

Books

Books

Advertisment

ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁର କିଛି ଦିନ ପରେ ଆଉ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଜେନ୍ଦ୍ର ନଗର ସ୍ଥିତ ଏକ ହଷ୍ଟେଲରେ ଜଣେ UPSC ଆଶାୟୀ ଆତ୍ମହତ୍ୟା କରିଛନ୍ତି। 

Advertisment

ସୂଚନା ଅନୁସାରେ, ମୃତ ଛାତ୍ରୀ ଜଣକ ହେଉଛନ୍ତି ମହାରାଷ୍ଟ୍ରର ଅଞ୍ଜଳି ଗୋପନାରାୟଣ। ସେ ଦିଲ୍ଲୀରେ ରହି ଗତ ଦୁଇ ବର୍ଷ ହେଲା ୟୁପିଏସସି ପାଇଁ ପ୍ରସ୍ତୁତ କରୁଥିଲେ। ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା, ଗୋଟିଏ ସୁଯୋଗରେ ୟୁପିଏସସି କ୍ଲିୟର୍ କରିବା। କିନ୍ତୁ ତିନି ଥର ପ୍ରଚେଷ୍ଟା କରିବା ସତ୍ତ୍ୱେ ପାସ୍ କରି ପାରିନଥିଲେ।

ଏହାକୁ ନେଇ ଚାପରେ ଥିବା ଅଞ୍ଜଳି ଜୁଲାଇ 21ରେ ତାଙ୍କ ଜନ୍ମଦିନ ଦିନ ହିଁ ଜୀବନ ହାରି ଦେଇଛନ୍ତି। ସେ ରହୁଥିବା ହଷ୍ଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏଥିସହ ଏକ ସୁଇସାଇଡ ନୋଟି ମଧ୍ୟ ଜବତ କରିଛି ପୁଲିସ।

Advertisment

ସୁଇସାଇଡ ନୋଟରେ ଅଞ୍ଜଳି ଲେଖିଛନ୍ତି ଯେ, ତାଙ୍କର ଏକମାତ୍ର ଇଚ୍ଛା ଥିଲା ଗୋଟିଏ ସୁଯୋଗରେ ୟୁପିଏସସି କ୍ଲିଅର୍ କରିବା। କିନ୍ତୁ ସରକାରୀ ପରୀକ୍ଷାରେ ଘୋଟାଲା ଏବଂ ଯେଉଁପରି ଭାବରେ ଘର ମାଲିକମାନେ ଘର ଭଡା ବୃଦ୍ଧି କରୁଛନ୍ତି ତାହା ତାଙ୍କ ମାନସିକ ଶାନ୍ତିକୁ ପ୍ରଭାବିତ କରିଛି।

ଅଞ୍ଜଳି ସୁଇସାଇଡ ନୋଟରେ ଲେଖିଛନ୍ତି, "ଆଇ ଅମ୍ ସରି ମମି-ପାପା। ମୁଁ ମୋର ବର୍ତ୍ତମାନର ଜୀବନକୁ ନେଇ ସମ୍ପୂର୍ଣ୍ଣ ରୂପେ ନିରାଶ ହୋଇ ଯାଇଛି। ଏଠି କେବଳ ସମସ୍ୟା ହିଁ ସମସ୍ୟା, ଶାନ୍ତି ବୋଲି କିଛି ନାହିଁ। ମୋତେ ଶାନ୍ତି ଦରକାର। ତଥାକଥିତ ଡିପ୍ରେସନରୁ ମୁକ୍ତି ପାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କଲି, କିନ୍ତୁ ଏହାକୁ ଦୂର କରିପାରିଲିନି। ମୋର ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ହେଉନାହିଁ... ତୁମେମାନେ ମୋତେ ବହୁତ ସପୋର୍ଟ କରିଛ, କିନ୍ତୁ ଯେପର୍ଯ୍ୟନ୍ତ ମୁଁ ନିଜକୁ ନିଜେ ସାହାଯ୍ୟ କରିନାହିଁ, ସେ ପର୍ଯ୍ୟନ୍ତ ସୁସ୍ଥ ହୋଇପାରିବି ନାହିଁ... ତେଣୁ ମୁଁ ବର୍ତ୍ତମାନ ଖୁସିରେ ଯାଇ ଶାନ୍ତିରେ ରହିବାକୁ ଚାହୁଁଛି।"

ଏଥିସହ ମୃତ୍ୟୁ ପରେ ଅଙ୍ଗ ଦାନ କରିବାକୁ ପରିବାର ଲୋକଙ୍କୁ ଅନୁରୋଧ କରିଛନ୍ତି ଅଞ୍ଜଳି। ସେ ତାଙ୍କ ସୁଇସାଇଡ ନୋଟେର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ବ୍ୟାତୀତ ସେ ମୃତ୍ୟୁ ପୂର୍ବରୁ ସରକାରଙ୍କୁ ମଧ୍ୟ କିଛି ଦାବି ଜଣାଇଛନ୍ତି।

ସରକାର ଇଚ୍ଛାମୃତ୍ୟୁକୁ ଅନୁମୋଦନ ଦିଅନ୍ତୁ। ଅନେକ ଯୁବପିଢି ଚାକିରି ପାଇଁ ସଙ୍ଘର୍ଷ କରୁଛନ୍ତି, ସରକାରୀ ଚାକିରି ପରୀକ୍ଷାରେ ଦୁର୍ନୀତି ହ୍ରାସ କରିବା ସହ ନିଯୁକ୍ତ ସୃଷ୍ଟି କରିବାକୁ ସଂସ୍କାର ଆଣାଯାଉ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ଅଞ୍ଜଳି। 

ଏଥିସହ ଅଞ୍ଜଳି ତାଙ୍କ ଆତ୍ମହତ୍ୟା ନୋଟରେ PG(ପେଇଁ ଗେଷ୍ଟ) ଘର ଭଡା ଉପରେ ମଧ୍ୟ ଆଲୋକପାତ କରି କହିଛନ୍ତି, "ପିଜି ମାଲିକମାନେ ଘର ଭଡା ବୃଦ୍ଧି କରୁଛନ୍ତି। ସେମାନେ ଛାତ୍ରମାନଙ୍କୁ ଶୋଷଣ କରୁଛନ୍ତି। ସବୁ ପିଲାମାନେ ଏତେ ଟଙ୍କା ଦେଇ ପାରିବେନି।" 

ପୁଲିସ ପୋଷ୍ଟମୋର୍ଟମ କରି ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। 

Suicide Delhi Student Death UPSC Aspirant Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe