ପ୍ରେମ ପାଇଁ ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା

ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ମାରିଦେଲେ ଯୁବତୀ।

Poison Bottle

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Tuesday, 08 October 2024
  • Updated: 08 October 2024, 12:16 PM IST

Sports

Latest News

ବେଳେ ବେଳେ ପ୍ରେମରେ ବିଫଳତାର ପରିଣାମ ଭୟଙ୍କରଠୁ ଆହୁରି ଭୟଙ୍କର ହୋଇଯାଏ। ଚରମରୁ ଚରମ ନିଷ୍ପତ୍ତି ନେବାକୁ ପଛାନ୍ତିନି ପ୍ରେମିକ-ପ୍ରେମିକା। ଏହି କ୍ରମରେ ଜଣେ ଯୁବତୀ ଘଟାଇଛନ୍ତି ନାରକୀୟ କାଣ୍ଡ। ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ଜୀବନରୁ ମାରି ଦେଇଛି।

ଏପରି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ପାକିସ୍ତାନରେ। ସୂଚନା ଅନୁସାରେ, ପାକିସ୍ତାନର ଖେରିପୁର ସ୍ଥିତ ହୈବତ ଖାନ ଭୋଇ ଗ୍ରାମର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ମାତ୍ର ପରିବାର ଲୋକେ ତାଙ୍କ ସହ ବାହା ଦେବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲେ।

Also Read

ଫଳରେ ସେ ତାଙ୍କ ପ୍ରେମିକ ସହ ମିଶି ବାପାମାଆଙ୍କ ସହ ଅନ୍ୟ ସଦସ୍ୟଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ। ଶେଷରେ ଅଗଷ୍ଟ 19ରେ ଘରେ ଥିବା ଅଟାରେ ମାରାତ୍ମକ ବିଷ ମିଶାଇଥିଲେ। ପରିବାରର ୧୩ ଜଣ ସଦସ୍ୟ ଏହି ଅଟାରୁ ତିଆରି ରୁଟି ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

ପୋଷ୍ଟମୋର୍ଟମ୍ ରିପୋର୍ଟରୁ ବିଷକ୍ରିୟା ହୋଇଥିବା ଜଣାପଡିଥିଲା। ମାତ୍ର ସେମାନେ ଆତ୍ମହତ୍ୟା କରିଥିଲେ ନା ଅନ୍ୟ କେହି ଖାଦ୍ୟରେ ବିଷ ମିଶାଇଥିଲେ ସେନେଇ ତଦନ୍ତ ଆରମ୍ଭ କରିଥିଲା ପୁଲିସ। ତଦନ୍ତ ସମୟରେ ଯୁବତୀ ଜଣକ ସତ ମାନିଛନ୍ତି। ପ୍ରେମିକ ସହ ମିଶି ଅଟାରେ ବିଷ ମିଶାଇଥିବା କହିଛନ୍ତି। ପୁଲିସ ଯୁବତୀଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story