Advertisment

ଟଙ୍କା ଫେରାଇଲେନି, ଅନୁଭବଙ୍କ ଭାଇଙ୍କ ଜମିକୁ କବ୍‌ଜାକୁ ନେଲା ବ୍ୟାଙ୍କ

୨୦୧୩ ମସିହା ଅକ୍ଟୋବର ୮ ତାରିଖରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ବ୍ରାଞ୍ଚରୁ ଅନୁପ୍ରାସ ୫୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏଥିପାଇଁ ସେ ସେହି ଜମିକୁ ବନ୍ଧା ପକାଇଥିଲେ।

Anuprasa

Anuprasa

Advertisment

ବ୍ୟାଙ୍କ ଋଣ ସୁଝି ପାରିଲେନି ସାଂସଦ ଅନୁଭବନ ମହାନ୍ତିଙ୍କ ଭାଇ ଅନୁପ୍ରାସ୍‌। ଯେଉଁଥିପାଇଁ ତାଙ୍କ ଜମି ଦଖଲ ନେଇଛି ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ। କଟକ ସେଲଟର ଛକ ସ୍ଥିତ ନେତାଜୀ ନଗରରେ ଥିବା ଏକ ଜମିକୁ ନିଜ ଅକ୍ତିଆରକୁ ନେଉଛି ବ୍ୟାଙ୍କ।

Advertisment

୨୦୧୩ ମସିହା ଅକ୍ଟୋବର ୮ ତାରିଖରେ ଗଣ୍ଡରପୁର ଅର୍ବାନ ବ୍ୟାଙ୍କ ବ୍ରାଞ୍ଚରୁ ଅନୁପ୍ରାସ ୫୬ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏଥିପାଇଁ ସେ ସେହି ଜମିକୁ ବନ୍ଧା ପକାଇଥିଲେ। ହେଲେ ପରବର୍ତ୍ତୀ ସମୟରେ କିସ୍ତି ଟଙ୍କା ଜମା କରୁଥିଲେ ଅନୁପ୍ରାସ। ଏପରିକି ମୂଳ ଟଙ୍କା ଫେରାଉନଥିଲେ। ଯେଉଁଥିପାଇଁ ବ୍ୟାଙ୍କ ବାରମ୍ବାର ନୋଟିସ୍‌ କରୁଥିଲେ। ତା’ ପରେ ମଧ୍ୟ ସେ ଟଙ୍କା ପୈଠ କରୁନଥିଲେ। ଅନୁପ୍ରାସ ଟଙ୍କା ଫେରାଉ ନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ସଂପୃକ୍ତ ଜମିକୁ ଦଖଲକୁ ନେଉଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe