Advertisment

କୋର୍ଟରେ ସ୍ୱାମୀ କରୁଥିଲେ ଦ୍ୱିତୀୟ ବିବାହ; ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ, ତା’ପରେ...

କୋର୍ଟଙ୍କ ସମ୍ମୁଖରେ ଦମ୍ପତିଙ୍କ ହାଇଡ୍ରାମା; ସ୍ୱାମୀର କଲର ଧରି ଥାନାକୁ ଟାଣିନେଲା ସ୍ତ୍ରୀ

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ବିବାହ ପାଇଁ  କୋର୍ଟରେ ଚାଲିଥିଲା କାଗଜପତ୍ର କାମ। ପାଖରେ ବନ୍ଧୁବାନ୍ଧବଙ୍କ ମଧ୍ୟ ଉପସ୍ଥିତି ଥିଲେ। ଏହି ସମୟରେ କୋର୍ଟରେ ପହଞ୍ଚି ଯାଇଥିଲେ ପ୍ରଥମ ସ୍ତ୍ରୀ। ଆଉ କହିଲେ, ଇଏ ମୋ ସ୍ୱାମୀ, ମୁଁ ତାଙ୍କ ସ୍ତ୍ରୀ। ଏପରି କହି ଘୋଷାଡ଼ି ଘୋଷାଡ଼ି ସ୍ୱାମୀକୁ ଥାନାକୁ ନେଇଗଲେ ପ୍ରଥମ ସ୍ତ୍ରୀ। କଟକ ଜିଲ୍ଲା ବାଙ୍କୀ କୋର୍ଟ ଆଗରେ ଦମ୍ପତିଙ୍କର ଏପରି ହାଇଡ୍ରାମା ଦେଖିବାକୁ ମିଳିଛି।

Advertisment

ଅଭିଯୋଗ ଅନୁସାରେ, ବାଙ୍କୀ ଥାନା ଅନ୍ତର୍ଗତ ରଜିବ ଗାଁର ଯୁବତୀ ଜଣଙ୍କ ଦୁଇ ବର୍ଷ ତଳେ କିଆପଲ୍ଲା ଗାଁର ସନ୍ତୋଷ ରାଉତଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଉଭୟ ଖୁସିରେ ଦିନ କାଟିଥିଲେ। ତା’ପରେ ବିଭିନ୍ନ କାରଣରୁ ସନ୍ତୋଷ ତାଙ୍କର ପ୍ରଥମ ସ୍ତ୍ରୀକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ୬ ମାସ ତଳେ ସନ୍ତୋଷଙ୍କ ପ୍ରଥମ ପତ୍ନୀ ସ୍ୱାମୀ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଯୁବତୀ ଜଣଙ୍କ ନିଜ ବାପ ଘରେ ରହୁଥିଲେ। ଏହାଭିତରେ ସନ୍ତୋଷ ଆଜି ଆଉ ଜଣେ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ବାଙ୍କୀ କୋର୍ଟକୁ ଆସିଥିଲେ।

କୌଣସି ସୂତ୍ରରୁ ପ୍ରଥମ ସ୍ତ୍ରୀ ଏନେଇ ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ। ତାଙ୍କୁ ଦେଖି ଯୁବତୀ ଜଣଙ୍କ ସେଠାରୁ ଖସି ପଳାଯାଇ ଯାଇଥିଲା ବେଳେ ସନ୍ତୋଷ ଓ ପ୍ରଥମ ସ୍ତ୍ରୀଙ୍କ ମଧ୍ୟରେ ରାସ୍ତା ଉପରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏହାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସନ୍ତୋଷଙ୍କୁ ଘୋଷାଡି ଘୋଷାଡ଼ି ଥାନାକୁ ନେଇଯାଇଥିଲେ ମହିଳା ଜଣକ। ପୁଲିସ ସନ୍ତୋଷଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଘଟଣାକୁ ନେଇ ପୁଲିସ କିମ୍ବା ମହିଳାଙ୍କ ସ୍ୱାମୀ ସନ୍ତୋଷଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ସନ୍ତୋଷ ଏକ କମ୍ପାନୀରେ କାମ କରୁଥିବା ଜଣାଯାଇଛି। 

Advertisment

ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ କହିଛନ୍ତି, ମୋତେ ଘରେ ବାଡ଼ିଆପିଟା କରନ୍ତି, ଖାଇବାକୁ ଦିଅନ୍ତି ନାହିଁ। ମୋତେ ବହୁତ ହଇରାଣ କରନ୍ତି। ମୁଁ ଏଥିପାଇଁ ମୋ ବାପଘରେ ରହୁଥିଲି।

Cuttack Banki
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe